ବିନା ସୂଚନା ଫଳକରେ ପାଚେରୀ ନିର୍ମାଣ ଘଟଣା

ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଢୁଳିପାଲି ଗ୍ରାମଣୀ ପାର୍କ ପାଚେରୀ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବ ଗ୍ରାମବାସୀ ପ୍ରକାଶ କରିଛନ୍ତି। ସୂଚନା ଅନୁଯାଇ ଢୁଳିପାଲିଗ୍ରାମୀଣ ପାର୍କ ପାଇଁ ଜିଲ୍ଲା ପରିଷଦ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଛି। ହେଲେ ଏହି କାର୍ଯ୍ୟ ନିର୍ମାଣ ପୂର୍ବରୁ ସୂଚନା ଫଳକ ମାଧ୍ୟମରେ ଏ ସମ୍ପର୍କ ରେ ଜଣାଯିବାର ନିୟମ ରହିଛି ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ସେହିପରି ଏହି ପାର୍କ ପାଚେରୀ ନିର୍ମାଣ କାର୍ଯ୍ୟ ରେ ବ୍ୟବହାର ହେଉଥିବ ଇଟା ବାଲି ନିମ୍ନମାନର ଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷ ପାଚେରୀ ନିର୍ମାଣ ପାଇଁ ମାଟି ତଳେ କୋଣସି କଂକ୍ରିଟ କିମ୍ବା ସିମେଣ୍ଟ ବ୍ୟବହାର କରାଯାଇ ନାହିଁ ପାଚେରୀକୁ ସିଧା ମାଟିରେ ଇଟା ଦେଇ ନିର୍ମାଣ କାର୍ଯ୍ୟ କରାଯାଉଛି ଯାହା ଫଳରେ ପାଚେରୀ ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ପାଚେରୀ ନିର୍ମାଣ ପରେ ପାଚେରୀରେ ଠିକ ଭାବେ ପାଣି ସିଞ୍ଚନ ମଧ୍ୟ ହେଉନାହିଁ। ହେଲେ ତରବରିଆ ଭାବେ ନିମ୍ନ ମାନର କାର୍ଯ୍ୟ କରାଗଲେ ଆଗକୁ ବର୍ଷା ସମୟରେ ଏହି ପାଚେରି ରହିବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି। ଗ୍ରାମବାସୀଙ୍କ କହିବା ଅନୁଯାଇ କାର୍ଯ୍ୟ ପାଇଁ ନିୟୋଜିତ ଥିବା ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁର ଚନ୍ଦ୍ରିକା ଯୋଗୁଁ ଯନ୍ତ୍ରୀ ସେଠାକୁ ଯାଇ କାର୍ଯ୍ୟ ତଦାରଖ କରୁନାହାନ୍ତି ଓ ଠିକାଦାର ମନ ଇଚ୍ଛା ନିମ୍ନମାନର କାର୍ଯ୍ୟ କରିଚାଲିଛି। ଏପରିକି ଏ ସମ୍ପର୍କ ରେ ପୂର୍ବରୁ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ନିରବଦଷ୍ଟା ସାଜିଛି। ଏପରିକି କାର୍ଯ୍ୟରେ ନିୟୋଜିତ ଥିବା ଯନ୍ତ୍ରୀ ଅଜିତ ବେହେରାଙ୍କ 7205056300 ନମ୍ବର ଏବଂ ଏ.ଇ.ଇ ସାଲିନି ସିଂ ଙ୍କ 7978878758 ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ପର ହୋଇନଥିଲା ଏଣୁକରି କୁଚିଣ୍ଡା ଉପ ଜିଲ୍ଲାପାଳ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଅନୁରୋଧ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ