ବିନା ହେଲମେଟରେ ରାଲି, ଗଣିବେ ତଣ୍ଡ

ଭୁବନେଶ୍ୱର: ଦରଦାମ ବୃଦ୍ଧି, ବେକାରୀ ସମସ୍ୟାର ପ୍ରତିବାଦ ସହିତ ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଆହ୍ବାନ କ୍ରମେ ରାଜ୍ୟରେ ବୁଧବାର ଭାରତ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଥିବାବେଳେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ ହୋଇଥିଲା। ବନ୍ଦ ପାଳନବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କଂଗ୍ରେସ ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ବିଭିନ୍ନ ସଙ୍ଗଠନ ପକ୍ଷରୁ ବାଇକ ରାଲି କରାଯାଇଥିଲା । ତେବେ ଭାରତ ବନ୍ଦ ବେଳେ ବିନା ହେଲମେଟରେ ରାଲି ପାଇଁ ଜୋରିମାନା ହେବ । ସିସିଟିଭି ଫୁଟେଜ ଆଧାରରେ ଜୋରିମାନା କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।
ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରଠୁ ରାଜ୍ୟରେ ଯାଞ୍ଚ କଡ଼ାକଡ଼ି ହୋଇଛି । ସାଧାରଣ ଗାଡ଼ି ଚାଳକ ଆଇନ ଉଲ୍ଲଙ୍ଘନ କରିବା କ୍ଷଣି ପହଂଚି ଯାଉଛି ଚାଲାଣ । ଏହି କ୍ରମରେ ବୁଧବାର ଭାରତ ବନ୍ଦ ପାଳନ ନେଇ ବିନା ହେଲମେଟରେ ବାଇକ ରାଲି ପାଇଁ ସିସିଟିଭି ଫୁଟେଜ ଆଧାରରେ ଜରିମାନା କଟିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ଅନୁଗୂପ କାର୍ୟ୍ୟ ପାଇଁ ପ୍ରଶ୍ନ ଉଠିବା ପରେ ଜରିମାନା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଅନେକ ନେତା ଓ କର୍ମୀ ବାଇକରେ ବିନା ହେଲମେଟରେ ରାଲି କରିଥିଲେ । ପୋଲିସ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ଏହା ଉପରେ ପ୍ରଶ୍ନ ଉଠିବା ପରେ ବିଜୁ ଜନତା ଦଳର କର୍ମୀମାନେ ୨୫ ହଜାର ଟଙ୍କା ତଣ୍ଡ ଗଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ