ବିନୋଦ ଖାନ୍ନାଙ୍କୁ ମନେପକାଇଲେ ଦବଙ୍ଗ-୩ କଳାକାର
ବଲିଉଡର ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ-୩ର ସୁଟିଂ ଶେଷ ହୋଇଯାଇଛି। ରବିବାର ସୁଟିଂର ଶେଷଦିନରେ ସଲମାନ ଫିଲ୍ମର ସମସ୍ତ କଳାକାରଙ୍କ ସହ ମିଶି ଗୋଟିଏ ଭିଡିଓ କରିଥିଲେ। ଏହି ଭିଡିଓରେ ସେ ସ୍ୱର୍ଗୀୟ ଅଭିନେତା ବିନୋଦ ଖାନ୍ନାଙ୍କୁ ମନେପକାଇଥିଲେ। ସୋମବାର ବିନୋଦ ଖାନ୍ନାଙ୍କ ଜନ୍ମଦିନ ଥିଲା । ବିନୋଦ ଖାନ୍ନା ଦବଙ୍ଗ-୧ ଓ ଦବଙ୍ଗ-୨ରେ ସଲମାନଙ୍କ ବାପା ଭୂମିକାରେ ନଜର ଆସିଥିଲେ। ଏହି ଭିଡିଓରେ ସଲମାନ କହିଥିଲେ ଯେ, ଦବଙ୍ଗ-୩ର ସୁଟିଙ୍ଗ ଶେଷ ହୋଇଛି। ଦବଙ୍ଗ-୩ ଫିଲ୍ମକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି। ଦବଙ୍ଗ-୨ରେ ବି ଚୁଲୁବୁଲ୍ ପାଣ୍ଡେ ଭୂମିକାରେ ପୁଣି ନଜର ଆସିବେ ସଲମାନ ଖାନ୍। ତାଙ୍କ ସହ ସାଉଥ୍ ଷ୍ଟାର ସୁଦିପ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନଜର ଆସିବେ। ଫିଲ୍ମଟି ଆଗାମୀ ଡିସେମ୍ବର ମାସ ୨୦ରେ ରିଲିଜ୍ ହେବାକୁ ଯାଉଛି।


