ବିନୋଦିନୀ ବିଜ୍ଞାନ ବିଦ୍ୟାଳୟ ପକ୍ଷରୁ ଡେଙ୍ଗୁ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ଡିଏମ୍‌ଓ ଡାକ୍ତର ପ୍ରମୋଦ ପଣ୍ଡା ଯୋଗଦେଇ ଡେଙ୍ଗୁର ଭୟାବହତା ଓ ତାର ନିରାକଣ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଦନ ଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏନ୍‌ଏସ୍‌ଏସ୍ ଦିବସର ଇତିହାସ ଓ ତାର ପ୍ରତିଷ୍ଠା ଦିବସ ସମ୍ବନ୍ଧରେ ପିଲାମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସୀତାରାମ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା ଓ ଧନ୍ୟବପାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅଧ୍ୟାପିକା ଡ. ନଳନୀ ସାବତ, ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଓ ନେହେରୁ ଯୁବ କେନ୍ଦ୍ରର ସଂଚାଳକ ବିଜୟ ଗୌଡ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ