ପାଠ ପଢିବା ଲାଗି କିଛି ଛାତ୍ର ନିଜ ଜୀବନକୁ ବାଜି ଲଗାଉଥିବାର ଅନେକ ଉଦାହରଣ ଶୁଣିଆସିଛେ। କିନ୍ତୁ ଏଠାରେ ଏମିତି କିଛି ସ୍କୁଲ ସମ୍ପର୍କରେ ବର୍ଣ୍ଣନା କରାଯାଉଛି, ଯେଉଁଠି ପିଲାମାନେ ସବୁବେଳେ ନିଜ ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଆସିଥାଆନ୍ତି। ଚାଲନ୍ତୁ ଜାଣନ୍ତୁ ଏପରି ଅଜବ ସ୍କୁଲ ସମ୍ପର୍କରେ।
ଫ୍ଲୋଟିଂ ବା ଭାସମାନ ସ୍କୁଲ: ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି, ଯାହାକୁ ଫ୍ଲୋଟିଂ ସ୍କୁଲ କୁହାଯାଏ। ଏହା ନଦୀ ଭିତରେ ରହିଛି। ଏଠାରେ ଏକାସଙ୍ଗରେ ୧୦୦ ପିଲା ବସି ପଢ଼ିପାରିବେ। ଏଠାରେ ପାଣି କେତେବେଳେ କମିଥାଏ ତ କେତେବେଳେ ବଢ଼ିଯାଇଥାଏ। ତଥାପି ପିଲାମାନେ ଆରାମରେ ବସି ପଢ଼ିଥାନ୍ତି। ଏପରିକି ଖରାପ ପାଗ ଥିଲେ ମଧ୍ୟ ପିଲାଙ୍କର ପାଠପଢ଼ାରେ କୌଣସି ଅସୁବିଧା ହୁଏ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।
କେଭ୍ ସ୍କୁଲ: ସେହିପରି ଆଉ ଏକ ସ୍କୁଲ ରହିଛି ଚାଇନାରେ। ସ୍କୁଲଟି କେଭ୍ ବା ଗୁମ୍ଫା ଭିତରେ ଚାଲିଛି। ଏଠାରେ ପ୍ରାୟ ୧୮୬ ଜଣ ପିଲା ପଢୁଥିବାବେଳେ ୮ ଜଣ ଶିକ୍ଷକ ରହିଛନ୍ତି।