ବିପଦପୂର୍ଣ୍ଣ ଅବସ୍ଥାରେ କରସିଙ୍ଗି ଯାତ୍ରୀ ବିଶ୍ରାମାଗାର

ବୁଗୁଡା, (ଅନିଲ କୁମାର ମହାରଣା):ରାୟ ୩୦ ବର୍ଷ ପୂର୍ବେ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ କରସିଙ୍ଗ ଠାରେ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷିତ ରହିବା ସକାଶେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିଥିଲେ। ବର୍ତ୍ତମାନ ତାହା ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ଥିଲେ ମଧ୍ୟ ଯାତ୍ରୀମାନେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। କରସିଙ୍ଗିର ଏହି ଛକରୁ ଭୁବନେଶ୍ୱର, ବ୍ରହ୍ମପୁର ଓ ଭଞ୍ଜନଗର ଦିଗକୁ ଯିବା ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ଏହି ବିପଦପୂର୍ଣ୍ଣ ବିଶ୍ରାମାଗାର ଏକ ମାତ୍ର ଭରଷା। ଯାତ୍ରୀମାନେ ବସିବା ସିମେଣ୍ଟ ବେଞ୍ଚ ଭାଙ୍ଗିଥିବା ବେଳେ ବିଷାକ୍ତ ସରୀସୃପ ରହିବା ଯଥେଷ୍ଟ ସମ୍ଭାବନା ଅଛି। ଛାତର ଉପରୁ ସିମେଣ୍ଟ ଖସି ସମ୍ପୂର୍ଣ କଳଙ୍କି ହୋଇଥିବା ଲୁହ ରଡ଼ ଦେଖାଯାଉଛି। ପିଲର ଗୁଡିକ ମଧ୍ୟ ଫାଟି ଲୁହା ରଡ଼ ଦେଖାଗଲାଣି। କେଉଁ ମୁହୂର୍ତ୍ତରେ ଏହା ଭୁଶୁଡି ପଡି ଯାତ୍ରୀଙ୍କ ଜୀବନ ଚାଲିଯିବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ। ଝଡ ବର୍ଷା ରୁ ରକ୍ଷା ପାଇବା ଓ ବସରେ ବିଭିନ୍ନ ସ୍ଥାନକୁ ଯିବାପାଇଁ ଆଶ୍ରୟ ସ୍ଥଳୀ ହୋଇଥିବା ବେଳେ ବର୍ଷା ହେଲେ କାଳେ ବିଶ୍ରାମାଗାର ଭୁଶୁଡି ପଡିବ ଏହି ଭତରେ ଯାତ୍ରୀମାନେ ବିଭିନ୍ନ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି। ଏହିସବୁ ଅସୁବିଧାର ସମାଧାନ ପାଇଁ ତୁରନ୍ତ ନୂତନ ବିଶ୍ରାମାଗାର ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ବୃନ୍ଦ ଦୃଢ଼ ଦାବୀ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ