ବିପଦପୂର୍ଣ ଘାଟିରେ ଅଟୋ ଓଲଟି ୨ ମୃତ,୧୨ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ଅନ୍ତର୍ଗତ କେରଡାଙ୍ଗ ନିକଟସ୍ଥ ବିପଦପୂର୍ଣ ଅନ୍ତରଡ଼ା ଘାଟିରେ ଅଟୋ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି. ଅତ୍ୟନ୍ତ ଗୁରୁତର ଥିବା ୨ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି. ଅନ୍ୟମାନେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଡାକ୍ତରଖାନରେ ଚିକିତ୍ସାତ ହେଉଛନ୍ତି. ଘଟଣାରୁ ପ୍ରକାଶ ଆଜି ମାଧ୍ୟାନ୍ହ ୧୨ ଟା ୪୦ ସମୟରେ କେରଡ଼ଙ୍ଗା ଗ୍ରାମରୁ ଏକ ଅଟୋ ବଡପଦା ଅଭିମୁଖେ ଏବି ୩୯ ଜେଏସ୯୬୧୫9 ନଂ ବିଶିଷ୍ଟ ଏକ ଅଟୋ ଯାଉଥିବାବେଳେ ବିପଦପୂର୍ଣ ଅନ୍ତରଡ଼ା ଘାଟି ଠାରେ ଓଲଟି ପଡିଥିଲା. ଘଟଣା ସ୍ଥଳରେ ଡଲି କରାଡ଼(୩୫) ବର୍ଷ ଏବଂ ଲୁକୁ ଶବର (୬୫) ଦୁହିଁଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି. ଅତ୍ୟନ୍ତ ଗୁରୁତର ହୋଇଥିବା ୨ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆ ଯାଇଛି. ଘଟଣା ନେଇ ଖଜୁରୀପଦା ପୋଲିସ ଅଧିକାରୀ ଜଣାଇଛନ୍ତି ସମ୍ପୃକ୍ତ ଘଟଣା ନେଇ ଆର. ଉଦୟଗିରି ପୋଲିସ ଥାନାରେ ୪୪/୨୩ ନଂ ରେ ଏକ ମକଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି. ଅଟୋଟି ଘାଟିର ୨୦ ଫୁଟ ତଳକୁ ଖସି ପଡି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତର ଖାନାକୁ ନେବା ସମୟରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି. ଦୃଘଟଣା ସ୍ଥଳରେ ପୋଲିସ ଅଗ୍ନିଶମ କର୍ମଚାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିଲେ.


