ବିପଦର ବନ୍ଧୁ ଅନୁଷ୍ଠାନ ଓ ବେଦ ପ୍ରଚାର ସମିତି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନ ଓ ବେଦ ପ୍ରଚାର ସମିତି ପକ୍ଷରୁ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ପ୍ରାଚୀନ ବେଦ ଓ ଉପନିଶଦର ଉପାଦେୟତା ସଂର୍ପକରେ ଅବଗତ କରିବା ଉଦ୍ଦେଶ୍ୟରେ ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଯଜ୍ଞ ଦ୍ବାରା ମାନବ ଶରୀରରେ ସକରାତ୍ମକ ଉର୍ଜା ଜାଗ୍ରତ ହେଉଥିବା ସହ ଆମ ପୂର୍ବ ମୁନୀଋଷି ମାନଙ୍କ ପରମ୍ପରାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତ ଅଧିନ ଉପାନ୍ତ ଗ୍ରାମ ଭାବେ ପରିଚିତ ଦୋରଙ୍ଗି ଏବଂ ଜିରିପଡ଼ା ଗ୍ରାମରେ ମକର ସଂକ୍ରାନ୍ତି ଅବସରରେ ବୈଦିକ ଯଜ୍ଞ ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପର୍ବତ ଓ ଘଞ୍ଚ ଅରଣ୍ୟ ମଧ୍ୟରେ ଅବସ୍ଥିତ ଉକ୍ତ ଦୁଇ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଣାଶୁଣା ପ୍ରବକ୍ତା ସ୍ବାମୀ ସୁଧାନନ୍ଦ ସରସ୍ଵତୀ ଯୋଗଦେଇ ଯଜ୍ଞ ଅନୁଷ୍ଠିତ କରିଥିଲେ। ଏହାପରେ ବେଦ ସଂର୍ପକୀତ ପ୍ରବଚନ ପ୍ରଦାନ କରିବା ପରେ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରିବା ସହ ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏଥିରେ ବ୍ରହ୍ମଚାରୀ ଧର୍ମେନ୍ଦ୍ର ବେଦ ପ୍ରଚାର ସମିତିର ପ୍ରମୋଦ ମହାନ୍ତି,ଶରତ ମହାନ୍ତି,ଟୁନା ଜେନା,ସୀମାଞ୍ଚଳ ପଟ୍ଟନାୟକ,ଭଞ୍ଜ କିଶୋର ପ୍ରଧାନ,ବିଜୟ ବେହେରା,ପ୍ରଦିପ ସୁବୁଦ୍ଧି,ପତିତପାବନ ପ୍ରଧାନ,ସ୍ବରୂପ ପଣ୍ଡା,ଆରତୀବାଳା ପ୍ରଧାନ,ଲିଙ୍ଗରାଜ ନାୟକ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ଜେନା,ଅରକ୍ଷିତ ପରିଛା,ସୁକାନ୍ତ ଦିଗାଲ,ପପୁ ପାତ୍ର,ସୁଧୀର ଗୌଡ଼,କ୍ଷୀରୋଦ ଗୌଡ଼,ଶାନ୍ତନୁ ଭୂୟାଁ,ଦିନେଶ ପାତ୍ର,ଜଗନ୍ନାଥ ପ୍ରଧାନ,ଗୌରୀଶଙ୍କର ପାଣିଗ୍ରାହୀ,ଚିଣ୍ଟୁ ପ୍ରଧାନ,ବିନାୟକ ଗୌଡ଼,ପ୍ରମୋଦ ପ୍ରଧାନ,ପ୍ରଭାକର ନାୟକ,ସନିଆ ବେହେରା,ଅମିତ୍ ସାବତ,ମହେନ୍ଦ୍ର ସାହୁ,ସୁଜିତ ବିଷୋୟୀ ପ୍ରମୁଖ ସାମିଲ ହୋଇଥିଲେ।


