ବିପଦ ଜନକ ଭାବେ ଟ୍ରାକ୍ଟରରେ ବୁହା ହେଉଛି କାଠଗଡ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସହରର ଜନ ଗହଳି ପୂର୍ଣ୍ଣ ରାସ୍ତା ଦେଇ ଅତ୍ୟନ୍ତ ବିପଦ ଜନକ ଅବସ୍ଥାରେ ଟ୍ରାକ୍ଟରରେ ବଡ ବଡ କାଠ ଗଡ ବୁହା ଯାଉଥିବା ଦେଖିବାକୁ ମିଳିଛି । ଟ୍ରାକ୍ଟରର ପରିବହନ କ୍ଷମତା ଠାରୁ ଢେର ଅଧିକ ଓଜନର ବଡ ବଡ କାଠ ଗଡକୁ ଟ୍ରାକ୍ଟର ଡାଲାରେ ଉପରକୁ ଥାକ ଥାକ କରି ରଖି କରତକଳକୁ ବୁହା ହେଉଥିଲେ ମଧ୍ୟ କେତେବେଳେ ଯେ ଏହା ଅନ୍ୟ ମାନଙ୍କ ପାଇଁ ଜୀବନ ମରଣର ସମସ୍ୟା ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଜନ ଗହଳି ପୂର୍ଣ୍ଣ ରାସ୍ତାରେ ଦୈନିକ ଏଭଳି କାଠ ଗଡ ପରିବହନ ହେଉଥିବା ବେଳେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସ କ୍ଷମତା ବର୍ହିଭୁକ୍ତ ପରିବହନକୁ ଅଣଦେଖା କରି ଚାଲି ଥିବାରୁ ଦିନକୁ ଦିନ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ