ବିପଦ ସଂକୁଳ ବ୍ଲକ ସମ୍ମୁଖ ପୋଲ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଜନଗହଳି ପୂର୍ଣ୍ଣ ଭଣ୍ଡାରିପୋଖରୀ ବ୍ଲକ ସମ୍ମୁଖ ପୋଲଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଡ୍ରେନେଜ ନାଳ ଉପରେ ଦୀର୍ଘ ବର୍ଷ ହେବ ପ୍ରାୟ ୨୦ଫୁଟ ଦୈର୍ଘ୍ୟ ବିଶିଷ୍ଟ ଉକ୍ତ ପୋଲଟି ନିର୍ମାଣ ହୋଇଥିବା ବେଳେ ଏହି ବାଟ ଦେଇ ଦୈନନ୍ଦିନ ଶହ ଶହ ଗାଡି ମୋଟର ଯାତାୟତ କରିଥାଏ। ବିଶେଷ କରି ଭଣ୍ଡାରିପୋଖରୀ ଠାରୁ ଭାୟା କୁଲଣା ମଞ୍ଜୁରୀରୋଡ଼କୁ ସଂଲଗ୍ନ କରୁଥିବା ଉକ୍ତ ଗ୍ରାମ୍ୟ ରାସ୍ତା ଆରମ୍ଭରେ ପୋଲଟି ରହିଛି। ତେଣୁ ରାତି ପାହିଲେ ଏହି ବାଟ ଦେଇ ସାଧାରଣ ଲୋକଙ୍କ ଯାତାୟତ ରହିଥାଏ। ସାଧାରଣ ଗାଡି ମୋଟରକୁ ଛାଡିଦେଲେ ଜରୁରୀକାଳୀନ ଆମୁଲାନ୍ସ, ଦମକଳ ଓ ସ୍କୁଲ ଗାଡି ମଧ୍ୟ ପୋଲ ଉପରେ ଯାତାୟତ କରିଥାଏ। ଏହାଛଡା ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ଏହା ପ୍ରମୁଖ ରାସ୍ତା ଭାବେ ପରିଗଣିତ ହୋଇଛି। ଗତ କିଛିଦିନ ହେବ ବ୍ଲକ ପଟୁ ପୋଲ ତଳୁ ବଡ଼ ଆକାରର ମାଟି ଅତଡା ଖସିଥିବା ବେଳେ ଶୁନ୍ୟରେ କେବଳ କଂକ୍ରିଟ ଖଣ୍ଡ ରହିଛି। ଯଦିଓ ଏଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ କେତେବେଳେ ଯେ ପୋଲ ମୁଣ୍ଡ ଭଗ୍ନ ଅବସ୍ଥାକୁ ନେଇ ଦୁର୍ଘଟଣା ନଘଟିବ ତାହା କହିହେବ ନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତା ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପ୍ରଥମେ ଭଗ୍ନ ପୋଲଟିକୁ ମରାମତି କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ