ବିପଦ ସଂକେତ ଉପରେ ପ୍ରଭାହିତ ବଂଶଧାରା ନଦୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ତିନିଦିନ ହେଲା ଲଘଚାପଜନିତ ବର୍ଷା ଫଳରେ ଆଜି ସକାଳେ କାଶୀନଗର ଠାରେ ଅବସ୍ଥିତ ବଂଶଧରା ନଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସୂଚନା ପାଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଚାନକ ବନ୍ୟା ଜଳ ପରିଦର୍ଶନ କରିବା ପାଇଁ କାଶୀନଗର ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ, ବି ଡି ଓ କପିଳେଶ୍ୱର ତାଣ୍ଡି ଓ କାର୍ଯୟନିର୍ବାହୀ ଅଧିକାରୀ ଆଶିଷ ପ୍ରଧାନଙ୍କ ସହ ଆଲୋଚନା କରି କାଶୀନଗର ମଧ୍ୟରେ ଥିବା ନଦୀ ଘାଟ ମାନ ବୁଲି ପରିଦର୍ଶନ କରି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଏନ୍ ଏ ସି ଉପାଧକ୍ଷ ରଘୁରାମ ସାହୁ ୱାର୍ଡ ନଂ ୩ ଠାରୁ ୱାର୍ଡ ନଂ ୭ ପର୍ଯ୍ୟନ୍ତ ନଦୀ ପାର୍ଶ୍ୱରେ ଉଚ୍ଚ କରି ପଥର ବନ୍ଧ ନିର୍ମାଣ କଲେ ନଦୀ ତଟରେ ଥିବା ଭେଣ୍ଡିଂ ଜୋନ (ଅସ୍ଥାୟୀ ଦୋକାନ ଗୃହ ) ଯେଉଁଠାରେ ପରିବା ବ୍ୟବସାୟ ହୁଏ ସେ ସବୁ ବର୍ଷା ଋତୁ ରେ ବନ୍ଦ ହୋଇ ଯାଇ ଥାଏ କିନ୍ତୁ ଗୋଟ ସୁ ଉଚ୍ଚ ନଦୀ ବନ୍ଧ ନିର୍ମାଣ ହୋଇପାରିଲେ ସେମାନେ ଏହି ୧୫ ଏକର ବାଲି ପଟାରେ ବ୍ୟବସାୟ କରିବା ସହ ଏନ୍ ଏ ସି କୁ ରାଜସ୍ବ ମଧ୍ୟ ବୃଦ୍ଧି ହୋଇପାରିବ ବୋଲି ଜିଲ୍ଲାପାଳଙ୍କୁ ମିଶି କହୁଥିଲେ। ମୌସୁମୀ ଓ ତା ସାଙ୍ଗ କୁ ଲଘୁଚାପ ଜନିତ ବର୍ଷା ଗତ ତିନିଦିନ ହେଲା କାଶୀନଗରର ଉପର ମୁଣ୍ଡରେ ଲଗାତାର ବର୍ଷା ହେଉଥିବା ଯୋଗୁଁ ବଂଶଧରା ନଦୀ ରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି |୧୫.୦ ମିମି ବର୍ଷା ହୋଉଥିବା ବେଳେ ଆଜି ସକାଳ ୯ ଟା ସୁଦ୍ଧା ୫୪.୬୯ମିଟର ରେ ଜଳ ପ୍ରଭାହିତ ହେଉଥିବା ବେଳେ ଏହା ଯଦି ସ୍ଥିର ରୁହେ ତାହେଲେ ବିପଦ ରହିଛି, କିନ୍ତୁ ଜଳ ଆୟୋଗ ର ରିପୋର୍ଟ ଜଳ ସ୍ତର କମୁଥିବା ଜଣାପଡିଛି। ବର୍ତମାନ ଆକାଶ ମେଘାଛନ ରହିଥିବା ବେଳେ ଠାଏଁ ଠାଏଁ ବର୍ଷା ହେଉଛି, ଏଣୁ ପ୍ରଶାସନ ପୂର୍ବ ପ୍ରସ୍ତୁତି ସରାଇ ସାରିଥିବା ବେଳେ ଯେ କୌଣସି ପରିସ୍ଥିତି କୁ ମୁକାବିଲା କରି ପାରିବେ ବୋଲି ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରଧାନ କହିଛନ୍ତି l ନଦୀ ତଟ ରେ ଥିବା ଗ୍ରାମ ପାଲସିଂ, ବାଡ଼ି ଗାଁ, ସାରା ଲୋକ ମାନଙ୍କୁ ଖାଣ୍ଡବା ଠାରେ ଥିବା ଆଶ୍ରୟ ସ୍ଥଳ ରେ ରହିବା ପାଇଁ ପରାମର୍ଶ ଦେଇଥିଲେ l