ବିପଦ ସଂଙ୍କୁଳ ଅବସ୍ଥାରେ ସିଣ୍ଡିକେଟ୍ ବ୍ୟାଙ୍କ
ପିପିଲି (ଜୁଗାବ୍ଦ ନ୍ୟୁଜ୍): ପିପିଲି ବ୍ଲକ ଅଧିନସ୍ଥ ତେଇଶିପୁରଠାରେ ଥିବା ସିଣ୍ଡିକେଟ ବ୍ୟାଙ୍କ୍ ଘର ଫାନି ବାତ୍ୟାରେ ନଷ୍ଟ ହୋଇଯାଇଛି । ସେଠାରେ ବ୍ୟାଙ୍କଟି ସମ୍ପୂର୍ଣ୍ଣ ବିପଦ ଅବସ୍ଥାରେ ରହିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମେତ କର୍ମଚାରୀ ଓ ଗ୍ରାହକଙ୍କ ପାଇଁ କେତେବେଳେ ଏହି ଘର ବିପଦ ସୃଷ୍ଟି କରିପାରେ । ତେଇଶିପୁର ଓ ତାର ଆଖପାଖ ଅଞ୍ଚଳରେ ଏକମାତ୍ର ଏହି ବ୍ୟାଙ୍କ ଉପରେ ଜନସାଧାରଣ ନିର୍ଭର କରନ୍ତି । ଏହି ବ୍ୟାଙ୍କ ଘରକୁ ଯଦି ସମ୍ପୁର୍ଣ୍ଣ ଭାବେ ବିପଦ ସଂକୁଳ ଅବସ୍ଥାରୁ ପୁନଃଉଦ୍ଧାର କରାନଯାଏ ତାହାଲେ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇପାରେ ବୋଲି ତେଇଶିପୁର ସିଣ୍ଡିକେଟ ବ୍ୟାଙ୍କ ମ୍ୟାନଜର ସଂଗ୍ରାମ କେଶରୀ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବ୍ୟାଙ୍କ ଘରକୁ ଚୁକ୍ତିରେ ଦେଇଥିବା ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାସ ଓ ସମିତି ସଭ୍ୟ ଧରଣିଧର ସାହୁ କହିଛନ୍ତି ବ୍ୟାଙ୍କ କାର୍ଯ୍ୟାଳୟ ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଖୁବ୍ଶୀଘ୍ର ବ୍ୟାଙ୍କ ଘରର ମରାମତି କରାଯିବ ବୋଲି ଜଣାଇଥିଲେ ।