ବିପନ୍ନଙ୍କୁ ସୌରଲଣ୍ଠନ ବାଣ୍ଟିଲା ଓଏନ୍ଜିସି

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଛି ଓଏନ୍ଜିସି । ଗୁରୁବାର ଓଏନ୍ଜିସି ଗ୍ରୁପ୍ର ସଂପାଦକ ଅନୁପ୍ କୁମାର ସେଟ୍ ପୁରୀର ମୋଚିସାହୀ, ଗାଡିଖାନ୍ ଅଞ୍ଚଳ ଓ ଭିଭିଆଇପି ରୋଡରେ ଥିବା ଅନେକ ଲୋକଙ୍କୁ ସୋଲାର ଲଣ୍ଠନ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଗ୍ରାମ୍ ଉଥାନ୍ର ଜେନେରାଲ ମ୍ୟାନେଜର ବିଶ୍ୱମୋହନ ମିଶ୍ର, ସଂଗଠନ ସମ୍ପାଦକ ଗୋବିନ୍ଦ ଦାଶ, ମିଶନ ଓଡିଶାର ସମ୍ପାଦକ ମଧୁସୂଦନ ମିଶ୍ର, ବଦ୍ରି ମିଶ୍ର, ସୌମ୍ୟରଞ୍ଜନ ପାତ୍ର, ଲାଲା ଅନନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ଗ୍ରୁପ୍ ପକ୍ଷରୁ ଜିଲ୍ଲାର ପୁରୀ ସଦର, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କୋଣାର୍କ ଓ ଗୋପ ଅଞ୍ଚଳରେ ସୌର ଲଣ୍ଠନ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ