ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଆଦି ୧୦ ଦଫା ଦାବୀ ନେଇ ବନ୍ତରୁ ଭଦ୍ରକ ପଦଯାତ୍ରା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିସିନ୍ ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା, ଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାଲୁଥିବା ଉନ୍ନତିକରଣ କାର୍ଯ୍ୟର ତଦାରଖ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା, କୁଶଳୀ ଷ୍ଟାଫ ନର୍ସଙ୍କ ୨୪ ଘଣ୍ଟିଆ ନିଯୁକ୍ତି, ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଓ ଆଲୋକୀକରଣ ବ୍ୟବସ୍ଥା, ରୋଗୀଙ୍କ ପାଇଁ ସ୍ଥାୟୀ ଓ ଉନ୍ନତମାନର ଶୌଚାଳୟ ନିର୍ମାଣ, ଆବଶ୍ୟକ ସଂଖ୍ୟକ ରୋଗୀ ଶର୍ଯ୍ୟା, ଅକ୍ସିଜେନ ସେବା, ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସ୍ୱଚ୍ଛ ରଖିବା, ଜଳ ନିଷ୍କାସନ, ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଆଦି ୧୦ ଦଫା ଦାବୀ ନେଇ ଶୁକ୍ରବାର ବନ୍ତ ବିକାଶ ପରିଷଦ ପକ୍ଷରୁ ଏକ ପଦଯାତ୍ରା ବନ୍ତ ବଜାରରୁ ବାହାରି ଜିଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲା । ପ୍ରାରମ୍ଭରେ ମେଡିକାଲ ଗେଟ୍ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ମାର୍କଣ୍ଡ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଲାଲା ସ୍ୱାଇଁ, ସମିତି ସଭ୍ୟ ତଥା ଆଇନଜୀବି ପରମେଶ୍ୱର ବାରିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ସମାଜସେବୀ ଲାଲା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଲକି ସ୍ୱାଇଁ, ସୁଧାଂଶୁ ନାୟକ, ମାର୍କଣ୍ଡ ବେହେରା, ପବିତ୍ର ପୃଷ୍ଟି, ସନ୍ତୋଷ ଜେନା, ମନୋଜ ଜେନା, ସରୋଜ ରାଉତ, ସୟଦ ଲାଲା, ସମୀର ଜେନା, ରବି ମହାନ୍ତି, ତଥାଗତ ଧଳ, ଦେବବ୍ରତ ବେହେରା, ବିଶ୍ୱମ୍ବର ଜେନା, ଅଶୋକ ମହାନ୍ତି, ଅକ୍ଷୟ ଧଳ, ସେକ୍ ଅନିସୁର, ରାଜେଶ ଜେନା, ମାନସ ଜେନା, ପ୍ରଶାନ୍ତ ଜେନା, ସୁଦାମ ଜେନା ସାମିଲ ଥିଲେ । ଦୀର୍ଘ ୨୨ କିମି ରାସ୍ତା ପଦଯାତ୍ରା କରି ଭଦ୍ରକରେ ପହଞ୍ôଚ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ