ବିପଦ ସଙ୍କୁଳ ଘେରରେ ନୂଆଗଡ ଯାତ୍ରୀ ବିଶ୍ରାମାଗାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଯାତ୍ରୀ ବିଶ୍ରାମାଗାର ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଯାହାଫଳରେ ଉକ୍ତ ରାସ୍ତାରେ ଗମନାଗମନ କରୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାମବାସୀ ଏହାକୁ ପୁନରୁଦ୍ଧାର ନିମନ୍ତେ ସାଧାରଣରେ ଦାବି କରୁଛନ୍ତି । ପାଟପୁର ଥାନା ଡେଙ୍ଗାଓସ୍ତା – ପଳାସପୁର ଗ୍ରାମକୁ ସଂଯୋଗ କରୁଥିବା ଉକ୍ତ ରାସ୍ତା ମଧ୍ୟବର୍ତ୍ତୀ ନୂଆଗଡ ଗ୍ରାମରେ ଦୀର୍ଘ ୨୪ବର୍ଷ ପୂର୍ବେ ରାସ୍ତାରେ ଯାତାୟାତ ଓ ଗାଡ଼ିକୁ ଅପେକ୍ଷା କରୁଥିବା ଲୋକମାନଙ୍କ ସୁବିଧା ନିମନ୍ତେ ଏଠାରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମିତ ହୋଇଥିଲା । ତେବେ ବର୍ତ୍ତମାନ ଏହା ବିପଦ ସଂକୁଳ ଅବସ୍ଥାରେ ରହିଥିବା ନଜର ଆସୁଥିବା ଜଣାପଡିଛି । ଏହି ରାସ୍ତାରେ ଯାଉଥିବା ଲୋକମାନେ ବର୍ଷା ପ୍ରଭାବରୁ ରକ୍ଷା ପାଇବା , ରୌଦ୍ରତାପ ରୁ ରକ୍ଷା ପାଇବା ପାଇଁ ଏହି ବିଶ୍ରାମାଗାର ଉପରେ ନିର୍ଭର କରିଥାନ୍ତି । ତେବେ ଏହାର ଅବସ୍ଥା ଏତେ ଦୟନୀୟ ଯେ , ଲୋକଙ୍କୁ ଛାତ ତଳେ ରହିବା ସୁରକ୍ଷିତ ମଣୁନାହାନ୍ତି।ଏପରିକି ବେଳେ ବେଳେ ସିମେଣ୍ଟ କଂକ୍ରିଟ ଝଡି ପଡ଼ିବା ଫଳରେ ଲୋକମାନେ ଏଠାରେ ବିଶ୍ରାମ ନେବାକୁ ବିପଦ ମନେ କରୁଛନ୍ତି । ଯାଦ୍ବାରା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ପୁନରୁଦ୍ଧାର କିମ୍ବା ନୂତନ ବିଶ୍ରାମଗାର ଟିଏ ଯଦି ପ୍ରଶାସନ ପକ୍ଷରୁ ତୁରନ୍ତ ନିର୍ମିତ ହୋଇପାରେ ତେବେ ଲୋକଙ୍କ ଅସୁବିଧା ଦୂର ହୋଇପାରିବ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି । ଏନେଇ ସରପଞ୍ଚ ପ୍ରତିନିଧି,ପିଣ୍ଟୁ ସେଠୀ, ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ସ୍ବାଇଁ ଙ୍କୁ ପଚାରିବାରୁ ସେ କହିଲେ ପଞ୍ଚାୟତ ରୁ ଅର୍ଥ ବ୍ୟୟ ବରାଦ କରାଯିବବୋଲି କହିଛନ୍ତି

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ