ବିପର୍ଯୟ ମୁକାବିଲା ପାଇଁ ଜଳବାୟୁ ସ୍ଥିରତାର ବୃଦ୍ଧି କର୍ମଶାଳା ଉଦଯାପିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସାମାଜିକ ସଂଗଠନ ମୈତ୍ରୀବନ ସେବା ସଂଘ ଦ୍ୱାରା ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ସହାୟତାରେ ବିପର୍ଯୟ ମୁକାବିଲା ପାଇଁ ଜଳବାୟୁ ସ୍ଥିରତାର ବୃଦ୍ଧି କର୍ମଶାଳା କୋଣାର୍କ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନ. ଏ. ସି ର ନଗରପାଳିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଖଲିକୋଟ ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ କୁଳପତି ଡାକ୍ତର ପ୍ରଫୁଲ୍ଲ ମହାନ୍ତି, ସୋଲାର ର ସମ୍ପାଦକ ଶ୍ରୀଯୁକ୍ତ ହରିଶ ଚନ୍ଦ୍ର ଦାଶ, କୋଣାର୍କ ଭଗବତୀ ମହାବିଦ୍ୟାଳୟ ର ଅଧ୍ୟାପକ ତଥା ଏନ, ସି. ସି ର ଅଧିକାରୀ କ୍ୟାପଟେନ ଶ୍ରୀଯୁକ୍ତ ବିନୟ ଭୂଷଣ ମହାନ୍ତି, ସ୍ଵର୍ଣଲତା ସ୍କୁଲ ଅଫ ନର୍ସିଙ୍ଗ ର ଅଧକ୍ଷା ଶ୍ରୀମତୀ ସସ୍ମିତା ସ୍ୱାଇଁ, ପରିଚାଳନା ଅଧିକାରୀ ଶ୍ରୀମତୀ ରଶ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିବା ସହିତ ବିପଜର୍ଯ୍ୟ ମୁକାବିଲା ପାଇଁ ଜଳବାୟୁ ର ସ୍ଥିରତା ଉପରେ ବିଶେଷ ଆଲୋକପାତ କରିଥିଲେ l କର୍ମଶାଳା ର ଦ୍ୱତୀୟ ଅଧିବେଶନ ରେ ବିଶିଷ୍ଟ ପରିବେଶ ବିତ୍ତି ଡ଼କ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶ ବିତ୍ତି ଶ୍ରୀଯୁକ୍ତ ନିହାର ରଞ୍ଜନ ଆଚାର୍ଯ୍ୟ, ଅବସର ପ୍ରାପ୍ତ ପ୍ରଫେସର ଡ଼କ୍ଟର ହେମନ୍ତ କୁମାର ମିଶ୍ର, ଅବସରପ୍ରାପ୍ତ କୁଳପତି ଡ଼କ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ବିଶ୍ୱ ଦୃଶ୍ୟ ପଟରେ ସମ୍ପ୍ରତି ଯେଉଁ ସବୁ ପରିବେଶ ଜନିତ ସମସ୍ୟା ଗମ୍ଭୀର ବିପଦର ସୂତ୍ରପାତ କରୁଛି ସେହି ପରିପ୍ରେକ୍ଷୀରେ ଏକ ସତ୍ତର୍କ ସଚେତନ ରାଜ୍ୟ ଭାବରେ ଓଡିଶା ଭବିଷ୍ୟତରେ ଏ ସମସ୍ତ ସମସ୍ୟାର ମୁକାବିଲା ନିମନ୍ତେ ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବକ୍ତ୍ୟବ ରଖିଥିଲେ l ସେହିପରେ ଡ଼କ୍ଟର ପାଣିଗ୍ରାହୀ ତାଙ୍କ ବକ୍ତ୍ୟବରେ କହିଥିଲେ ଯେ ଜଳବାୟୁ ପରିବର୍ତନ ପରିପ୍ରେକ୍ଷ ରେ ସମୁଦ୍ର ପତନ ର ବୃଦ୍ଧି, ବାତ୍ୟା ଓ ବନ୍ୟା ର ବାରମ୍ବାର ପ୍ରକୋପରେ ଓଡିଶା ର ଉପକୂଳଂଚଳ ଅବକ୍ଷୟିତ ହେବା ସହ କୃଷି, ପାନୀୟ ଜଳ ଭିତିଭୂମି ଏବଂ ଜୀବନ ଜୀବିକା ପ୍ରଭାଭିତ ହେଉଛି ବୋଲି ବକ୍ତ୍ୟବରେ କହିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ, କଲେଜ ର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହିକାର୍ଯ୍ୟକର୍ମ କୁ ମୈତ୍ରୀବନ ସେବା ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ପରିଡା, ପ୍ରଦୀପ କୁମାର ଲେଙ୍କା, ଜିତେନ୍ଦ୍ର କାଣ୍ଡି, ମାନସ କୁମାର ପ୍ରଧାନ, ବାବୁ ରାମ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ