ବିପିସିଏଲ୍‌କୁ ଘରୋଇକରଣ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ବିଜେପି ସରକାର ବିପିସିଏଲ୍‌ର ଘରୋଇକରଣ ନୀତି ବିରୋଧରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନଠାରେ ଏଆଇସିସିଟିୟୁ ଏବଂ ଟିୟୁସିସି ତରଫରୁ ମିଳିତ ଭାବରେ ବିରୋଧ କରାଯାଇଛି । ବିପିସିଏଲ୍ ନବରତ୍ନମାନଙ୍କ ମଧ୍ୟରୁ ଲାଭରେ ଚାଲୁଥିବା ଗୋଟିଏ ଉଦ୍ୟୋଗ । ବାର୍ଷିକ ୭ ହଜାର କୋଟି ଟଙ୍କା ଲାଭରେ ଚାଲୁଥିବା କମ୍ପାନୀକୁ ମୋଦି ସରକାର ବିକ୍ରି କରିବାକୁ ଚିନ୍ତା କରିବା ଅତ୍ୟନ୍ତ ଲଜ୍ଜା ଓ କ୍ଷୋଭର ବିଷୟ । ଏହା ଫଳରେ ୨୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାରମୟ ଭିତରକୁ ଠେଲି ହୋଇଯିବ । କେନ୍ଦ୍ର ସରକାର ୫୩% ଅଂଶ ବିକ୍ରି କରି ୬୮ ହଜାର କୋଟି ପାଇବା ଲାଗି ଆଶା ରଖିବା ଅତି ନିନ୍ଦନୀୟ ଘଣ୍ଟା ବୋଲି ଯୋଗ ଦେଇଥିବା ଶ୍ରମିକ ନେତାମାନେ ମତବ୍ୟକ୍ତ କରିଛନ୍ତି ।
ଏହି ବିକ୍ଷୋଭରେ ଏଆଇସିସିଟିୟୁର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠି, ଟିୟୁସିସିର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଉପସଭାପତି ବଂଶୀଧର ପରିଡ଼ା, ସମ୍ପାଦକ ମାନସ ପ୍ରଧାନ, ଶଙ୍କର ନାଏକ, ବିଜୟ ବେହେରା, ଉପେନ୍ଦ୍ର ସାହୁ, ପ୍ରଦୀପ ଦାସ, ବିଜୟ ସାହୁ ଓ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ବିପିସିଏଲ୍‌କୁ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଥିଲେ । ଆର୍ଥିକ ସ୍ଥିତିକୁ କରୋନା ବିଗାଡ଼ି ଦେଇଛି ବାହାନରେ ବିପିସିଏଲ୍ ପରି ୨୬ଟି ଉଦ୍ୟୋଗକୁ ବିକ୍ରି ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ