ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବାର ଜଣାପଡିଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନାରିଙ୍ଗି ଗ୍ରାମ ଛକ ନିକଟରେ ଏକ ମହିନ୍ଦ୍ରା ଭିରିଟୋ କାର ଦ୍ରୁତଗତିରେ ଯାଉଥିବାର ଦେଖି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୧୭୧ କେଜି ୫୦୦ ଗଞ୍ଜେଇ ଜବତ କରିଥିଲେ । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ମୋହନା ଥାନାରେ ୨୨୩/୨୧ ଏକ ମାମଲା ରୁଜୁ ହୋଇଥିବା ବେଳେ କାର ଡ୍ରାଇଭର କାରଟିକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବାର ଜଣାପଡିଛି । ସେହିପରି ଅଡବା ପୋଲିସ ପକ୍ଷରୁ ଓଡି ୧୦ଡି ୪୪୯୯ ଯୋଗେ ଗଞ୍ଜେଇ ଚାଲାଣ ବେଲେ ୨୭୭ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଚାଳକ ଫିଲିପ ରଇତ (୩୪)କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅଞ୍ଚଳରୁ ବ୍ରହ୍ମପୁର ଅଞ୍ଚଳକୁ ଚାଲାଣ ହେଉଥିବାର ଜଣାପଡିଛି । ଏନେଇ ଅଡବା ଥାନାରେ ୧୨୫/୨୧ନମ୍ବରରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ରଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ