ବିପୁଳ ପରିମାଣର ଗୁଟୁକା ଜବତ ;୧ ଗିରଫ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗତ ମଙ୍ଗଳବାର ରାତିରେ କାଶୀନଗର ପୋଲିସ କୌଣସି ସୂତ୍ର ରୁ ଖବର ପାଇଁ ଗୁଟୁକା ଗୋଦାମ ଉପରେ ଚଢ଼ାଉ କରିଥିଲା |ଦୀର୍ଘ ଦିନ ରୁ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ତ୍ରିପତି ପାତ୍ରଙ୍କ ଘରେ ଥିବା ୫୦ ବସ୍ତା ଗୁଟୁକା ଜବତ କର ଯିବା ସହ ବ୍ୟବସାୟୀ ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଛି | ଏହି ଗୁଟୁକାର ଦାମ ପାଖ ପାଖି ୬୦,୦୦୦ ହବ ବୋଲି କାଶୀନଗର ପୋଲିସ ପକ୍ଷରୁ ପ୍ରକାଶ ପାଇଛି |କୋଭିଡ ସମୟରେ ସରକାର କଠୋର ନିଅମ ପ୍ରଣୟନ କରିଛନ୍ତି ,ଯାହା ଫଳରେ ଗୁଟୁକା ବିକ୍ରୟ ଉପରେ କଟକଣା ଜାରି କରାଯାଇଛି |ଏ ନେଇ କାଶୀନଗର ଥାନାରେ କେଶ ନଂ ୧୦୫/୨୦ ଦଫା ୪୨୦,୨୭୨,୨୭୩ ଓ ଆଇ ପି ସି ୨୦ ଅନୁସାରେ ମାମଲା ରୁଜୁ କରାଯାଇଛି |କାଶୀନଗର ରେ ନୂତନ ଭାବେ ଜଇନ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଷ୍ଟାଫ ମାନଙ୍କ ଅନୁକୂଲ୍ୟ ରେ ଚଢ଼ାଉ କରାଯାଇଥିଲା | ଥାନା ଅଧକାରୀ କହିଛନ୍ତି ଯେ ଏଭଳି ବେଆଇନ କାରବାର କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ