ବାଲିପଦର ବଣିକ ସଂଘର କର୍ମକର୍ତ୍ତା ନିର୍ବାଚନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବାଲିପଦର ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ନଭେମ୍ବର ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବାଲିପଦର କଳିଙ୍ଗ ବୈଶ୍ୟ ସମାଜ ଗୃହରେ ବଣିକ ସଂଘର ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ – ସଭାପତି, ନାରାୟଣ ସାମନ୍ତରା – ଉପସଭାପତି, ଜି.ମନୋଜ କୁମାର ପାତ୍ର(ବାବୁଲା)- ସମ୍ପାଦକ, ଇ.ବାଳକୃଷ୍ଣ ଦୋରା – ସହସମ୍ପାଦକ, ଉମା ଚରଣ ନାୟକ – କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ କେ.ସୀମାଞ୍ଚଳ ପାତ୍ର, ଅଜିତ ବାବୁ, ଏ.ସୁଧାକର ପାତ୍ର, ଇ.ଶଙ୍କର ପାତ୍ର, କେ.ଅଚ୍ୟୁତ ପାତ୍ର, ଜି.ରଞ୍ଜିତ ପାତ୍ର, ରାଜେନ୍ଦ୍ର ମହାରଣା, ଓ କେ.କାହ୍ନୁ ଆଚାରୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେହିପରି ବଣିକ ସଂଘର ଉପଦେଷ୍ଟା ଭାବେ କେ.କୃଷ୍ଣମୂର୍ତ୍ତି ଆଚାରୀ, ଜି.ସଞ୍ଜୀବ କୁମାର ପାତ୍ର, ଓ କେ.ରାଘବ ଚରଣ ପାତ୍ର ମନୋନୀତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ