ବିପୁଳ ପରିମାଣର ମଦ ଜବତ,୧ଗିରଫ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶେଷଦେବ ଦାସଙ୍କ ନିର୍ଦେଶ କ୍ରମେ ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ମହାକାଳପଡା ବ୍ଲକ ଅନ୍ତର୍ଗତ ଖରନାସୀ ବଜାର(ହରିଆବାଙ୍କ)ର ଏକ ଚୋରାମଦ ବେପାରୀହରିପଦ ସାମନ୍ତଙ୍କ ଉପରେ ଚଢାଉ କରାଯାଇ ୧୪ପେଟି (୭୦ଲିଟର) ଦେଶୀମଦ ଜବତ କରାଯିବା ସହିତ ଚୋରା ମଦବେପାରୀ ବତୀଘର ଗ୍ରାମର ହରିପଦ ସାମନ୍ତ(୩୫)ଙ୍କୁ ଗିରଫ କରାଯିବା ସହିତ ଏକ ବାଇକ ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି । ଚୋରାମଦ ବେପାରୀ ହରିପଦକୁ କୋର୍ଟ ଚାଲାଣ କରାଯାଇଥଲା । ଜାମିନ ନାମଞୁର ହେବାରୁ ଅଭିଯୁକ୍ତ ହରିପଦକୁ କେନ୍ଦ୍ରାପଡା ଉପ କାରାଗାରକୁ ପଠାଇ ଦିଆଯାଇଛି । ଏହି ଚଢାଉରେ ମାର୍ଶାଘାଇ ଏସ.ଆଇ.ରାଜକିଶୋର ଜେନା,ପଟ୍ଟାମୁଣ୍ଡାଇ ଇନିସପେକ୍ଟର ସୁନିଲ କୁମାର ମିଶ୍ର,ଦେବକାନ୍ତ ଆଚାର୍ଯ୍ୟ,ଜଗନ୍ନାଥ ବେସ୍ରା,ଟୁକୁନା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ