ବିପୁଳ ପରିମାଣର ମୂଲ୍ୟବାନ ଚନ୍ଦନ କାଠ ଜବତ,୨ ଗିରଫ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗତ କେତେ ବର୍ଷ ତଳେ ଚଞ୍ଚଲ୍ୟ ସୃଷ୍ଟି କରିଲା ଜଙ୍ଗଲ ଚନ୍ଦନ କାଠ ଦସୁ ବିରାପାନ୍ନ କିନ୍ତୁ କାଶୀନଗର ପରି ଉପାନ୍ତ ଅଞ୍ଚଳରେ ଏପରି ମିନି ବିରାପାନ୍ନ ପରି ଚନ୍ଦନ କାଠ ଚୋର ଥିବା ଦେଖିବା କୁ ମିଳିଛି l ଗତ ରାତିରେ କାଶୀନଗର ପୋଲିସ ରାତ୍ରରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ଚନ୍ଦନ କାଠ ଚୋର ଅମିତ ଦେବ ମଣ୍ଡଳ ଗରବା ଗ୍ରାମର ସୀତାପୁର ଠାରେ ମଦ୍ୟପନ କରି ରାତିରେ ବୁଲୁଥିଲା ତାକୁ ଦେଖି ପୋଲିସ ସନ୍ଦେହରେ ପଚରାଉଚରା କଲା ବେଳେ ପୋଲିସ ଜାଣିପାରିଲେ ଯେ ମଣ୍ଡଳ ଚୋର ରେ ଚନ୍ଦନ କାଠ ଆଣି K. ସୀତାପୁର ଗ୍ରାମର ଜନର୍ଦ୍ଧନ ଚରତି ନାମର ଜଣେ ଚୋର ବେପାରୀ କୁ ବିକ୍ରି କରିଥିବା ଜାଣିପରି ଚରତି ର ସିମେଣ୍ଟ ଗୋଦାମ ଖାନ ତଲାସ କରି ସେଠାରେ ମହଜୁଦ ଥିବା ୭୭ kg ଚନ୍ଦନ କାଠ ଜବତ କରିଥିଲେ l ଏହି ମାମଲା ରେ କାଶୀନଗର ପୋଲିସ ଅମିତ ମଣ୍ଡଳ ଓ ଜନର୍ଦ୍ଧନ ଚରତି କୁ ଗିରଫ କରି କୋର୍ଟ ଚାଳଣ କରିଛନ୍ତି l କାଶୀନଗର ଥାନା IIC ସୁଶାନ୍ତ କୁମାର ସାହୁ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l ଚୋରି କେସ ୩୭୯ ଦଫା ଓ ଜଙ୍ଗଲ ନିୟମ ୫୧ ଧାରା ପ୍ରକାରେ ୧୩୦/୨୨ରେ ଥାନା ରେ କେସ କରା ଯାଇଛି l ବର୍ତ୍ତମାନ ଚର୍ଚ୍ଚିତ ସିନେମା ପୁଷ୍ପା ଆଧାରରେ ଏଭଳି କାରବାର ହୋଉଥିବା ଲୋକେ ଟୁପୁରୁ ଟାପୁରୁ ହୋଉଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ