ବିପ୍ଲବୀ ଧରଣୀଧରଙ୍କ ସ୍ମୃତିଚାରଣ ସହ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଜୟଦେବ ବିହାରସ୍ଥିତ ମହାନ ବିପ୍ଳବୀ, ଶିକ୍ଷାବିତ୍ ଧରଣୀଧର ଭୁୟାଁଙ୍କ ପ୍ରତିମୂର୍ତ୍ତିସ୍ଥଳଠାେରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ମୃତିଚାରଣ ସହ ଏହାର ଚତୁଃପାଶ୍ୱର୍ ପରିସ୍କାର ପରିଚ୍ଛନ୍ନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ବିପ୍ଳବୀ ଧରଣୀଧର ଥିଲେ କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ । ବ୍ରିଟିଶ୍ ଶାସନ ବିରୋଧରେ ସଂଗ୍ରାମ ଜାରି ରଖି ଅବହେଳିତ, ଶୋଷିତ, ନିଷ୍ପେସିତମାନଙ୍କ ପାଇଁ ସର୍ବଦା ସଂଗ୍ରାମ ଓ ସ୍ୱର ଉତ୍ତୋଳନ କରୁଥିଲେ । ତାଙ୍କର କୀର୍ତ୍ତି ଓ କୃତୀ ସମ୍ବନ୍ଧରେ ଆଜିର ଯବପିଢୀ ନିହାତି ଜାଣିବାର ଆବଶ୍ୟକତା ରହିଛି । ତେଣୁ ସରକାର ଯେଉଁଠାରେ ପ୍ରତିମୂର୍ତ୍ତୀମାନ ପ୍ରତିଷ୍ଠା କରୁଛନ୍ତି ସେଠାରେ ଫଳକରେ ସେହି ବରେଣ୍ୟମାନଙ୍କର କୃତୀ ବିଷୟରେ ଉଲ୍ଲେଖ କରନ୍ତୁ । ଫଳରେ ଯେକୌଣସି ବ୍ୟକ୍ତିବିଶେଷ ସେସବୁକୁ ପଢି ତାଙ୍କ ଜୀବନୀ ବିଷୟରେ ସବିଶେଷ ଜ୍ଞାନ ଆହରଣ କରିପାରିବେ । ଏହି ଅଭିଯାନରେ ଆବାହକ କିଶନ ବରାଇ ଓ ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସମେତ ସୀତାବଲ୍ଲଭ ମହାପାତ୍ର, ନିରଞ୍ଜନ ସାହୁ, କୈଳାସ ମୁଦୁଲି, ସୀତାଂଶୁ ଶେଖର ମହାରଣା, ମନୋରଞ୍ଜନ, ଲକ୍ଷ୍ମଣ ଦାସ, ବୁଦ୍ଧିମାନ ନାୟକ, ବି. ମୁରଲୀଧର, ରବୀନ୍ଦ୍ରନାଥ କର, ଭୁବନେଶ୍ୱର ମିଶ୍ର, ସଂଗ୍ରାମ ବଳିୟାର ସିଂ, ସମିତା ମହାରଣା, ମିତ କୌର, ବିଶ୍ୱଜିତ୍ ବେହେରା, ଶିବ ପଣ୍ଡା, ଶରତ ରାଉତ, ନିଳମଣୀ ମିଶ୍ର, ତନ୍ମୟ ସାମନ୍ତରାୟ ଓ ମଦନ ମୋହନ ପାଢୀ ପ୍ରମୁଖ ସାମିଲ ହୋଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ