ମଣ୍ଡପରେ ୯ଦିନ ପୂଜା ପାଇବେ ମା କାଳୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ମା କାଳୀ ପଡିଆ ଠାରେ ୯ ଦିନ ଧରି ପୂଜା ପାଇବେ ମା କାଳୀ । ଆଜକୁ ପ୍ରାୟ ୮୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ପୂଜା ଅନୁଷ୍ଠିତ ହୋଇଆସୁଛି । ଉକ୍ତ ପୂଜାରେ ଲାଇଟ ସାଜସଜା, ମୀନା ବଜାର ଓ ଯାତ୍ରା ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରୁଛି । ପ୍ରାରମ୍ଭରେ ନିକଟସ୍ଥ ସରୁସାଗର ନଦୀରୁ ୯ଗୋଟି କଳସ ଅଣାଯାଇ ପୂଜା ଆରମ୍ଭ ହୋଇଛି । ପୂଜକ ଜଗନ୍ନାଥ ପାଣିଗ୍ରାହୀ, ଶ୍ରୀନିବାସ ପଣ୍ଡା, ସତ୍ୟବ୍ରତ ପଣ୍ଡା, ହାଡିବନ୍ଧୁ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଛନ୍ତି । ମଧୁସୂଦନ ସେଠୀ, ଆନନ୍ଦ ଜେନା, କୁଳମଣି ବାରିକ, ସୁଧାକର ଜେନା ମୃଣ୍ମୟୀ ମୂର୍ତ୍ତି ତିଆରି କରିଛନ୍ତି । ୮୦ ବର୍ଷ ପୂର୍ବେ ସ୍ୱର୍ଗତ ଗୌରହରି ପତି, ସ୍ୱର୍ଗତ ସିଦ୍ଧେଶ୍ୱର ଧଳ, ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମରେ ଏଠାରେ ପୂଜା ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମ ମୂର୍ତ୍ତି କାରିଗର ଭାବେ ବୃନ୍ଦାବନ ମଜୁମଦାର ଓ ପ୍ରଥମ ପୂଜକ ଭାବେ ପ୍ରହଲ୍ଲାଦ ପଣ୍ଡା ଥିଲେ ବୋଲି ପୁରାତନ ଲୋକେ କହୁଛନ୍ତି । ଉକ୍ତ ପୂଜା କାର୍ଯ୍ୟରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସମେତ ମା କାଳୀପୂଜା ବଣିକ ସଂଘ ଗଣିଜାଙ୍ଗର କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ