ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟି ସଭାପତିଙ୍କ ପତ୍ନୀ ବିୟୋଗରେ ଶୋକ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ସଭାପତି ତଥା କବି କରୁଣାକର ଦାସଙ୍କ ପତ୍ନୀ ସରସ୍ୱତୀ ଦାସଙ୍କର ୭୨ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଆଜି ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମରଶରୀରକୁ ଏକ ସ୍ୱର୍ଗଦ୍ୱାର ଆମ୍ବୁଲାନ୍ସ ଗାଡିରେ ମାର୍ଶାଘାଇର ନରେନ୍ଦ୍ରପୁର ଗ୍ରାମକୁ ନିଆଯାଉଥିବା ବେଳେ ସହରର ବାଇପାସ ରାସ୍ତାର ଆନନ୍ଦମାର୍ଗ ସ୍ଥିତ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତି କମିଟି ପକ୍ଷରୁ କାର୍ଯ୍ୟକାରି ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶ,ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଭ୍ୟ ତଥା ଆଇନଜୀବି ଗଗନବିହାରୀ ଜେନା, ଧିରେନ୍ଦ୍ର କୁମାର ଦାସ, ସଞ୍ଜୟ କୁମାର ଜେନା, ଶେଷଦେବ ଦାସ,କିଶୋର ପ୍ରଧାନ,ପ୍ରମୋଦ ପ୍ରଧାନ,ସେକ ଅଜିମୁଦ୍ଦିନ,ସେକ ମାସୁକ ପ୍ରମୁଖ ତାଙ୍କର ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ । ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।