ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ପ୍ରତିବାଦ କରିବାରୁ ଯୁବତୀ ଙ୍କୁ ନିସ୍ତୁକ ମାଡ଼

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ) : ଦିଗପହଣ୍ଡି ଥାନା ଅଧିନ ଏକ ଗାଁ ର ଜଣେ ଯୁବତୀ ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୦୧୯  ରୁ ଯୁବତୀ ଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ତାଙ୍କୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରିଥିବା ଅଭିଯୁକ୍ତ ଅଜିତ ସେଠୀ ଙ୍କୁ ଦୁଷ୍କର୍ମ ମାମଲା ରେ ଗୁରୁବାର ପୋଲିସ ଗିରଫ କରି ଥାନା ମାମଲା ନଂ.୧୫୭/୨୩ ଅନୁଯାୟୀ ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ଜଣକ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହ ନିୟମିତ ବ୍ୟବଧାନରେ ସମ୍ପର୍କ ରଖି ଆସୁଥିଲେ। ପରେ ତାଙ୍କୁ ପ୍ରତାରଣା କରି ଅଭିଯୁକ୍ତ ଜଣକ ଗୌତମୀ ଗ୍ରାମରେ ବିବାହ କରିଥିବା ଜାଣିବା ପରେ ଯୁବତୀ ଜଣକ ଗତ ବୁଧବାର ଅଭିଯୁକ୍ତ ଙ୍କ ଘର ପାଖକୁ ଯାଇ ପ୍ରତିବାଦ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣକ ଯୁବତୀ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲା କୁ ଭିତ୍ତି କରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଘଟଣାର ତଦନ୍ତ କରାଯିବା  ସହ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଏବଂ ପୀଡିତା ଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ମାଧବ ଚନ୍ଦ୍ର ଟାକ୍ରି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ