ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପୋଲିସର ତଦନ୍ତ ଜାରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରୋଣୀ ପଞ୍ଚାୟତର ନରହରିପୁର ଠାରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ପାଡଲା ଦିଲ୍ଲେଶ୍ୱରୀ ରାଓଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା । ଝିଅର ବାପା ମାଁ ଏବଂ ପରିବାରବର୍ଗ ପହଞ୍ôଚବାପରେ ଝିଅର ମୃତ୍ୟୁକୁନେଇ ସେମାନେ ସନ୍ଦେହ ପ୍ରକଟ କରିବା ସହ ଏ ସମ୍ପର୍କରେ ଗୁରାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗୁରାଣ୍ଡି ଥାନା ପକ୍ଷରୁ ଏକ ଟିମ୍ ସେଠାରେ ପହଞ୍ôଚବାପରେ ମାଜିଷ୍ଟ୍ରେଟ ଅଚ୍ୟୁତାନନ୍ଦ ଜାନୀ ଏବଂ ପାରଳାଖେମୁଣ୍ଡି ଏସ୍.ଡି.ପି.ଓ. ପ୍ରକାଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ମହିଳାଙ୍କର ଶବ ପଞ୍ଚନାମା କରାଯାଇଥିଲା । ପରେ ଉକ୍ତ ଶବକୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଏ ସମ୍ପର୍କରେ ଗୁରାଣ୍ଡି ଥାନାରେ ୪/୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଥିବାବେଳେ ଥାନା ଅଧିକାରୀ ମୁକେଶ ଲାକ୍ରା ଏବଂ ଏସ୍.ଆଇ. ଜୟପ୍ରକାଶ ପଟ୍ଟନାୟକଙ୍କ ଉପସ୍ଥିତିରେ ତଦନ୍ତ ଜାରୀ ରହିଥିବା ଜଣାପଡିଛି । ମୃତ ମହିଳାଙ୍କ ନିଜ ଗ୍ରାମ ହେଲା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲା ମେଳିଆପୁଟି ମଣ୍ଡଳ ଅନ୍ତର୍ଗତ ସୁନ୍ଦରଡା ଠାରେ ବୋଲି ଜଣାପଡିଛି ।