ବିବାହିତ ମହିଳାଙ୍କୁ ଦୁଷ୍କର୍ମ; ଠିକାଦାର ଗିରଫ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବିବାହର ପ୍ରତିଶ୍ରୁତି ଦେଇ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଠିକାଦାର ଗିରଫ ହେବା ଘଟଣା ଫୁଲବାଣୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ଠିକାଦାର ଜଣକ ହେଲେ ବିଜୟ ସେଠୀ । ତାଙ୍କ ଘର ଗଂଜାମ ଜିଲ୍ଲା ଗୋପାଳପୁର । ସେ ଫୁଲବାଣୀ ପିଅନପଡାରେ ରହି ଠିକାଦାରୀ କାମ କରୁଥିଲେ । ଏଠାକାର ଜଣେ ବିବାହିତ ମହିଳାଙ୍କୁ ସେ ବାହା ହେବା ପ୍ରତିଶ୍ରୁତି ଦେଇ ବହୁବାର ଶାରୀରିକ ସମ୍ପର୍କ ରଖିଥିଲେ । ବାହା ହେବା ପାଇଁ ଶ୍ରୀ ସେଠୀ ମନା କରିବାରୁ ମହିଳା ଜଣକ ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଠିକାଦାର ଶ୍ରୀ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।