ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସର ତଦନ୍ତ ଜାରି

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗ୍ରାମରେ ଗତକାଲି ଜଣେ ବିବାହିତ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କି ରାମେଶ୍ୱର କାମନା ସହିର କେଦାର ସାହୁଙ୍କ ପୁତ୍ର ପବିତ୍ର (୩୮) ପତ୍ନୀ ପ୍ରବୀଣା , ଗୋଟିଏ ପୁଅ(୧୦),ଗୋଟିଏ ଝିଅ(୭) ସହିତ ରହୁଥିଲା । ଆଜି ସକାଳୁ ତାର ମୃତ ଶରୀର ଏକ ଚାଳ ଘରେ ଝୁଲୁଥିବା ଦେଖିବାକୁ ମିଳିବା ପରେ ଘଟଣାସ୍ଥଳରେ ନିରାକାରପୁର ପୁଲିସ ପହଞ୍ଚି ଶବ ଜବତ କରିଥିଲା । ମୃତ ପବିତ୍ରର ନାକ ଓ କାନରୁ ରକ୍ତ ବାହାରୁଥିଲା । ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରକାଶ ଥାଉ କି ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସେମାନେ ଅଲଗା ଅଲଗା ଘରେ ଶୋଇଥିଲେ । ପରକୀୟା ପ୍ରୀତି ଯୋଗୁଁ ଏପରି ଘଟଣା ଘଟି ଥାଇପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି । ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ