ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲା ସଂସ୍କୃତି ଭଵନ ପରିସରରେ କଳା ଓ ସଂସ୍କୃତିର ବିକାଶ ପାଇଁ ସଂକଳ୍ପ ବଦ୍ଧ ସାଂସ୍କୃତିକ ଅନୁଷ୍ଠାନ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଅନୁଷ୍ଠାନ ର କଳାକାର ମାନଙ୍କୁ ଉତ୍ସହିତ କରିବା ସହ ଲୋକକଳା ଓ ଆଧୁନିକ କଳା ସମ୍ପର୍କରେ ଆଲୋକପାତ କରିଥିଲେ l ଗଞ୍ଜାମ ଜିଲ୍ଲା ହେଉଛି କଳା ସଂସ୍କୃତିର ଜିଲ୍ଲା l ସେଥି ମଧ୍ୟରୁ ଛତ୍ରପୁର ସହରର କଳାକାର ର ଏନ୍ତୁଡ଼ିଶାଳ ବୋଲି ମଧ୍ୟ ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ବାଘନାଚ ଓ ପଶୁମୁଖା ନୃତ୍ୟ ଗୁରୁ ତଥା ସଂସ୍କୃତି ରତ୍ନ ନାରାୟଣ ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଧା ପ୍ରେମ ଲୀଳା ଗୁରୁ ସିମାଞ୍ଚଳ ମଣ୍ଡଳ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିବା କରିଓଗ୍ରାଫର ତଥା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରେଡ୍ଡୀ, ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଠା ବି. ଶ୍ରୀନିବାସ, କଳା ସଂଗଠକ ତଥା ଯୁବନେତା ପ୍ରଶାନ୍ତ କୁମାର କର, ଅନୁଷ୍ଠାନ ର ସଭାପତି ସି. ଏଚ. ପ୍ରକାଶ ରେଡ୍ଡୀ, କ୍ୟୁୟର୍ସ ଅନୁଷ୍ଠାନ ର ସମ୍ପାଦକ ଅରୁଣ ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମ କୁ କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଶତପଥି ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ର ସଭାପତି ଶ୍ରୀ ରେଡ୍ଡୀ ବାର୍ଷିକ ବିବରଣୀ ପାଠ କରିଥିଲେ l ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୌକନ ପ୍ରଦାନ କରାଯାଇଛି l ଅତିଥି ମାନଙ୍କ ଦ୍ୱାରା ସହରର ବହୁ ସମାଜସେବୀ, ସ୍ବେଛାସେବୀ, ନୃତ୍ୟ ଗୁରୁ ଓ କଳାକାର ମାନଙ୍କୁ ମାନପତ୍ର ସହ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇଛି l ଉତ୍ସବ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଯୁବ ଭାଷ୍ୟକାର ପ୍ରମୋଦ ଆଚାର୍ଯ୍ୟ (ବୁଲୁ) ସଂଯୋଜନା କରିଥିଲେ l ଶେଷରେ ଅନୁଷ୍ଠାନ ର କୁନି କୁନି କଳାକାର ମାନଙ୍କ ଦ୍ୱାରା ଲୋକକଲା ଓ ଆଧୁନିକ କଳାର ନୃତ୍ୟ ପରିବେଷଣ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭ୍ୟ ରାମେଶ୍ୱର ପଣ୍ଡା, ନୃତ୍ୟ ଗୁରୁ ଏମ. ରବୀନ୍ଦ୍ର ରେଡ୍ଡୀ ଓ ଗୌତମ ନାୟକ ପରିଚାଳନା ରେ ସହଯୋଗ କରିଥିଲେ l ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ