ବିବି ମହାବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ
ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା):ଶିକ୍ଷାୟତନ ଗୁଡିକ ହେଉଛି ଜ୍ଞାନକେନ୍ଦ୍ର। ଯୁବପିଢି ହେଉଛନ୍ତି ଦେଶ ଓ ରାଜ୍ୟର ଭବିଷ୍ୟତ। ସେମାନଙ୍କର ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ତଥା ସେମାନଙ୍କର ସୃଜନ ଶୀଳତାର ବିକାଶରେ ଗୁରୁ ଙ୍କ ଭୂମିକା ସର୍ବଜନବିଦିତ। ଉତ୍ତମ ଗୁରୁ ଶିଷ୍ୟର ସତଚରିତ୍ର, ସଦାଚାରୀ ବ୍ୟକ୍ତିତ୍ୟର ବିକାଶ କରି ଦେଶର ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନର ଭୋକ ଥିଲେ ଲକ୍ଷ୍ୟ ହାସଲ ସହଜ ହୋଇଥାଏ। ତେଣୁ ଶିକ୍ଷା ବ୍ୟକ୍ତିତ୍ଵର ବିକାଶର ସେତୁ ପାଲଟିବା ଉଚିତ ବୋଲି ବାଇଗଣବାଡିଆସ୍ଥିତ ବିବି ମହାବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥ୍ ଭାବେ ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ କହିଛନ୍ତି। ଉତ୍ସବରେ ଅଧ୍ୟକ୍ଷା ଡ. ସଂଯୁକ୍ତା ମହାନ୍ତି ସଭାପତିତ୍ୱ କରି ମହାବିଦ୍ୟାଳୟର ସଂଘର୍ଷମୟ ଅତୀତର ସ୍ମୃତିଚାରଣ କରିଥିଲେ। ସଫଳତା ପାଇଁ- କଠିନ ପରିଶ୍ରମର ବିକଳ୍ପ ନାହିଁବୋଲି ମୁଖ୍ୟବକ୍ତା କବି ବିଷ୍ଣୁ ଶତପଥ୍ କହିଥିଲେ। ଛାତ୍ରଛାତ୍ରୀ ସର୍ବଦା ଶୃଙ୍ଖଳା
ଉପରେ ଧ୍ୟାନ ଦେବା ଉଚିତ ବୋଲି ସମ୍ମାନନୀୟ ଅତିଥ୍ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା କହିଥିଲେ। ଅନ୍ୟତମ ଅତିଥ୍ ସୁଗଦା ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଭଲମଣିଷ ହେବା
ପାଇଁ ଉପଦେଶ ଦେଇଥିଲେ । ପ୍ରାରମ୍ଭରେ ପ୍ରାଧ୍ୟାପକ ସୁବ୍ରତ କୁମାର ଦାଶ ସ୍ବାଗତ ଭାଷଣ ସହ ଅତିଥ୍ ପରିଚୟ ପ୍ରଦାନ କରିଥିଲେ । ପ୍ରଶାସନିକ ଅଧୂକାରୀ ଡ. ଶରତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଅବସରପ୍ରାପ୍ତ ସମସ୍ତ କର୍ମଚାରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ କର୍ମଚରୀ ତଥା ଏନଏସଏସ ଓ ରେଡକ୍ରସର ସ୍ବେଛାସେବୀ ସହଯୋଗ କରିଥିଲେ ।