ବିବେକାନନ୍ଦ ବେଦମତୀ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ମୁନିସିପାଲିଟି ଅନ୍ତର୍ଗତ ମାଣିଖମ୍ବଠାରେ ଅବସ୍ଥିତ ବିବେକାନନ୍ଦ ବେଦମତୀ ବିଦ୍ୟାଳୟର ୩୧ତମ ପ୍ରତିଷ୍ଠା ଦିବସ, ୭୩ତମ ସ୍ୱାଧୀନତା ଦିବସ ଏବଂ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମନୋଜ୍ଞ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଗୟାଧର କର ଜାତୀୟ ପାତାକା ଉତ୍ତୋଳନ କରିବା ସହିତ ପିଲାମାନଙ୍କ ଦ୍ୱାରା ପ୍ରଦର୍ଶନ ପ୍ୟାରେଟ୍ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟ ପବିତ୍ର ରକ୍ଷା ବନ୍ଧନ ଅବସରରେ ସ୍ଥାପିତ ହୋଇ ୩୧ ବର୍ଷରେ ପଦାର୍ପଣ କରିଲାଣି । ବହୁ ଛାତ୍ରଛାତ୍ରୀ ଏଠାରୁ ପାସ୍ କରି ବଡବଡ ଚାକିରୀ କରି ବହୁ ଉଚ୍ଚ ପଦପଦବୀରେ ରହିଛନ୍ତି । ଭଲ ପାଠ ପଢି ଭଲ ମଣିଷ ହୋଇ ବିଦ୍ୟାଳୟର ନାମ ଗୌରବାନ୍ୱିତ କରିବା ସହିତ ବାପା ମାଙ୍କର ଉଚ୍ଚ ଆଶାକୁ ପୂରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ କର ପରାମର୍ଶ ଦେଇଥିଲେ । ସ୍ୱାଧୀନତା ଦିବସ ଅବସରରେ ଆମକୁ ସ୍ୱାଧୀନତା ଆଣିଦେଇଥିବା ସେହି ମହା ମନିଷୀମାନଙ୍କୁ ସ୍ମରଣ କରିବା ସହିତ ଦେଶର ଅଖଣ୍ଡତାକୁ ବଜାୟୀ ରଖିବା ଉଚିତ । ରକ୍ଷା ବନ୍ଧନ ଉତ୍ସବ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ଭାବ ଦୃଢତର କରିବା ସହିତ ପରସ୍ପର ମଧ୍ୟରେ ଏକ ସୁରକ୍ଷାର କବଚ ନିର୍ମାଣ କରିଥାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆରତୀ ବର୍ଦ୍ଧନ, ସ୍ନେହଲତା ସାହୁ, ସାବାନା କାଦ୍ରୀ, ମୋନାଲିସା ଆଶ୍, ଇନ୍ଦିରା ମାଝୀ, ସ୍ୱସ୍ତିକ କର ପ୍ରମୁଖ ପରିଚାଳନା କରିଥିବା ବେଳେ ସେବିକା ପଦ୍ମା ଦାସ ଓ ଶକୁନ୍ତଳା ବେହେରା ସହଯୋଗ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ