ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ। ଏହି ଅବସର ରେ ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ପିତୃମାତୃ ଉତ୍ସବ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ଦ୍ଵିଜବର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜା , ଚାରିଛକ ଥାନା ଅଧିକାରିଣୀ ମମତା ବିଶ୍ବାଳ, ତ୍ରିଲୋଚନ କର, ଅରକ୍ଷିତ ଭୋଇ, ପବନି ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଜିବନୀ ଉପରେ ଆଲୋକପାତ କରିବା ସହିତ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ସଂପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ଦେଇଥିବାବେଳେ ଅଧ୍ୟକ୍ଷ ବନମାଳୀ ରାଉତ ବାର୍ଷିକ ବିବରଣୀ ପଠନକରିଥିଲେ। ଏହି ଅବସର ରେ ବିଦ୍ୟାଳୟ ର କୃତୀ ଛାତ୍ର ଛାତ୍ରୀ, ଶିକ୍ଷାବିତ ଦ୍ୱିଜବର ମୁଦୁଲି, ଥାନା ଅଧିକାରୀଣୀ ମମତା ବିଶ୍ବାଳ, କୃତୀ ଶିକ୍ଷକ ଦୀପକ ଦାଶ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଦିନସାରା ବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଦ୍ୟାଳୟ ପରିସର ସମ୍ମୁଖ ରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର,ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ବୁଦ୍ଧିଜିବୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ