ବିଭନ୍ନ ଦାବିନେଇ ଶିକ୍ଷକ ସଂଘର ବିଶାଳ ସମାବେଶ, ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଶିକ୍ଷକ ମାନଙ୍କର ବିଭିନ୍ନ ଦାବିନେଇ ଆଜି ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ସମାବେଶ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଏବିଇଓଙ୍କୁ ପ୍ରଦାନ କରାଯାଇଛି । ଆଜି ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ , ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗଠିତ ହୋଇଥିବା ମିଳିତ ମଞ୍ଚର ଆହ୍ୱାନ କ୍ରମେ ଦୁଇଶହରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଅଣାମଠ ଠାରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ବର୍ଷିଥିଲେ । ସରକାରଙ୍କ ଏପରି ଦିଶାହୀନ ନିଷ୍ପତି ଦ୍ୱାରା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅବହେଳିତ ହୋଇଛନ୍ତି । ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଚାକିରିରୁ ଅବସର ନେବାପରେ କିଏ ଚା ବିକୁଛି ତ ଆଉ କିଏ ପାନ ଦୋକାନ ଦେଇ ଜୀବିକା ନିର୍ବାହ କରୁଛି ବୋଲି ରାଜ୍ୟ ଉପଦେ୍ଦଷ୍ଟା ସୁରେନ୍ଦ୍ର ନାଥ ରାଉତ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ ସରକାର ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ସମ୍ପୁର୍ଣ୍ଣ ଆଖି ବୁଜି ଦେଇଛନ୍ତି ବୋଲି ସେମାନେ ସରକାରଙ୍କୁ ସମାଲୋଚନା କରିଥିଲେ । ୨୦୦୧ରୁ ନିଯୁକ୍ତ ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ୬ବର୍ଷର ଶିକ୍ଷା ସମୟକୁ ମୁଳ ଚାକିରିରେ ଗଣନା କରିବା ସହିତ ୬ଟି ବର୍ଦ୍ଧିତ ଦରମା ପ୍ରଦାନ କରିବା, ଅନ୍ୟ ରାଜ୍ୟ ମାନଙ୍କ ଭଳି ଓଡିଶାରେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୁତନ ପେନସନଭୁକ୍ତ ପେନସନ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ନେଇ ଶିକ୍ଷକ ସଂଘ ପକ୍ଷରୁ ଦାବି ଉପସ୍ଥାପିତ କରାଯାଇଥିଲା । ପରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଣାମଠ ଠାରୁ ମିଳିତ ଭାବେ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପ୍ରଦାନ କରିଥିଲେ । ଏଥିରେ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦେବାଶିଷ ବାରିକ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶଶିଭୂଷଣ ପୁହାଣ, ସମ୍ପାଦକ ସୂର୍ଯ୍ୟପ୍ରକାଶ ସେଠୀ, ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଫୁଲ କୁମାର ମଣ୍ଡଳ, ସମ୍ପାଦକ ସୁଶାନ୍ତ କୁମାର ଜେନା ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନେ୍ଦାଳନ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ