ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗତ ଦୁଇଦିନ ହେଲା ଲଗଣା ବର୍ଷା ଫଳରେ ଛତ୍ରପୁର ବ୍ଲକ ଅଂଚଳର ବିସ୍ତୀର୍ଣ୍ଣ ଚାଷ ଜମି ଜଳାର୍ଣ୍ଣବ ସହ କୃତିମ ହ୍ରଦର ଭ୍ରମ ସୃଷ୍ଟି ହୋଇଛି । ରଜ ପରଠାରୁ କମ୍ ବର୍ଷା ହେବା ଫଳରେ ଚାଷି ଚିନ୍ତାରେ ରହିଥିଲା । ଗତ ଲଘୁଚାପ ବର୍ଷାରେ ଚାଷୀ ଚାଷ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଜମିରେ ଚାଷୀ ତଳି ଉପାଡି ରୋଇବାକୁ କରିବାକୁ ବସିଥିବା ବେଳେ ଦୁଇଦିନ ଲଗାଣ ବର୍ଷାରେ ଜମିବାଡି ଜଳାର୍ଣ୍ଣବ ହୋଇଛି । ଧାନ ତଳି ପାଣିରେ ବୁଡି ରହିଛି । କେତକ ସ୍ଥାନରେ ନିକଟରେ ରୁଆ ଯାଇଥିବା ତଳି ବର୍ଷାଜଳରେ ଭାସିଯାଇଛି । ଆଉ କେତକ ସ୍ଥାନରେ ରୋଇବା ପାଇଁ ରଖାଯାଇଥିବା ତଳି ପଚିବାକୁ ବସିଲାଣି । ଜଳ ନିଷ୍କାସନ ପାଇଁ କୈାଣସି ସୁବିଧା ନଥିବାରୁ ଚାରିଆଡେ କେବଳ ପାଣି । ଚାଷୀ ବର୍ତ୍ତମାନ ଚିନ୍ତାରେ । ବିଳମ୍ବରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି ।ଏନେଇ ଆଜି ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତର ଗେଦଲପଲ୍ଲୀ ଓ ରାଜନାପଲ୍ଲୀ ଗ୍ରାମବାସୀ ସେମାନଙ୍କ ର ଚାଷ ଜମି ଗୁଡିକ ଜଳବନ୍ଦୀରେ ରହିଛି । ସେମାନଙ୍କ ଚାଷ ଜମିରେ ତଳି ଏବଂ ରୁଆ ଯାଇଥିବା ଧାନ ଗଛ ନଷ୍ଟ ହୋଇଗାଲାଣି । ଜଳସେଚନ ବିଭାଗର କେନାଲ ଗୁଡିକ ବିଭିନ୍ନ ଲଟାବୁଦାରେ ରହିଥିବା ରୁ ସଠିକ୍ ଜଳ ନିଷ୍କାସନ ହୋଇପାରୁନି । ସେଥି ସକାଶେ ହଜାର ହଜାର ଭରଣ ଚାଷ ଜମି ଏବେ ଜଳବନ୍ଦୀ ରହିଛି । ଗେଦଲପଲ୍ଲୀ ଆଘୁଳା ଠାରୁ ରାଜପୁର ସାନ ତୋରଡା ଓ ବଡ ତୋରଡା କେନାଲ ପୁନଃରୁଦ୍ଧାର କରି ବନ୍ୟା ଜଳ ନିଷ୍କାସନ କରିବା ସଂଙ୍ଗେ ସଂଙ୍ଗେ ସ୍ଥାୟୀ ପ୍ରତିକାର କରିବା ଦାବୀ ଗ୍ରାମର ଶତାଧୀକ ଚାଷୀ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ଏବଂ ବିପୁଳିଙ୍ଗି ସମିତି ଜୟଦେବ ଲେଙ୍କାଙ୍କ ନେତୃତ୍ୱରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଲିଖିତ ଦାବୀ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଭେଟି ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚାଷୀ ମାନଙ୍କ ଦାବି ଗୁଡିକ ଉପରେ ଆଲୋଚନା କରିବା ସହ ଜଳ ନିଷ୍କାସନର ବ୍ୟବସ୍ଥା କରିବା ନିମନ୍ତେ ଜଳସେଚନ ବିଭାଗର ସହକରାୀ ନିର୍ବାହୀଯନ୍ତ୍ରୀଙ୍କୁ ଫୋନ ଯୋଗେ କହିଥିଲେ । ଏହାସହ ଶତାଧୀକ ଚାଷୀ ମାନେ ଏସଂପର୍କରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇଙ୍କୁ ମଧ୍ୟ ଭେଟି ଜଳନିଷ୍କାସନ ଏବଂ ସ୍ଥାୟୀ ପ୍ରତିକାରକ ଉପରେ କହିଥିଲେ । ତହସିଲଦାର ଶ୍ରୀ ଭୋଇ ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ଫୋନ କରି କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କହିବା ସହ ନିଜେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ । ସେଭଳି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଜୟ ମଙ୍ଗଳ କେନାଲର ତଳିଆ ବରଙ୍ଗ , ବଡମାଧପୁର ଓ ପୋଟ୍ଟଲାମପୁର ଗ୍ରାମ ଜମି ବର୍ଷାରେ ଚାଷ ଜମି ଜଳବନ୍ଦୀ ରହିଛି ଏହାର ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ଧାନ ଫସଲନଷ୍ଟ ହେବାକୁ ଗଲାଣି । ଏହାର ଦୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିବା ସହ ଦୀର୍ଘ ୪୦ବର୍ଷ ଧରି ଜଳ ନିଷ୍କାସନ ସମସ୍ୟା ଲାଗିରହୁଥିଲେ ସୁଦ୍ଧା ଜଳସେଚନ ବିଭାଗ ଏହାର ସ୍ଥାୟୀ ସମାଧାନ କରୁନାହାଁନ୍ତି । ପ୍ରକାଶ ଥାଉକି ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗର ରହିଥିବା କେନାଲ ଗୁଡିକୁ କର୍ମଚାରୀ କ୍ଷେତ ପରିଦର୍ଶନ କରିବାକୁ ଯାଉନାହାନ୍ତି ।ଯାହାଫଳରେ କେନାଲ ଗୁଡିକ ବିଭିନ୍ନ ଗଛ , ଲଟା ଓ ଅମ୍ବିରି ଲଟାବୁଦା ଛଦି ଯାମ ହୋଇଯାଇ ଜଳ ନିଷ୍କାସନ ହେଉନାହିଁ । ଚାଷୀ ମାନେ ବର୍ଷ ସାର ନିଜ ଅର୍ମଳ କୁ ଚାହି ବସିଥିବା ବେଳେ କର୍ମଚାରୀଙ୍କ ବେପୁରିଆ ମନଭାବ ଯୋଗୁଁ ଚାଷୀ ଚାଷ ଜମିରେ ରଖିଥିବା ତଳିଗୁଡିକ ଭାସି ପଳାଇବା ସହ ରୁଆଁ ହୋଇଥିବା ଜମି ଗୁଡିକ ଜଳ ବନ୍ଦୀରେ ରହି ନଷ୍ଟ ହୋଇଯାଉଛି । ସରକାର କର୍ମଚାରୀ ମାନଙ୍କୁ ଦରମା ଦେଉଛି ଲୋକ ସୁବିଧା କରିବା ନିମନ୍ତେ ମାତ୍ର ବିଭାଗ ପକ୍ଷରୁ କର୍ମଚାରୀ ମାନେ ଧର୍ମ କୁ ଆଖି ଠାର ଭଳି କାର୍ଯ୍ୟ କରୁଛନ୍ତି । କଥା ରେ ଅଛି ଚାଷୀ ହସିଲେ ଦେଶ ହସିବ । ମାତ୍ର ଏଠାରେ ଚାଷୀ କାନ୍ଦୁଛି ବୋଲି ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ଏବଂ ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ କହିଛନ୍ତି । ଦୁଇଦିନିଆ ଲଗାଣ ବର୍ଷାରେ ଛତ୍ରପୁର ବ୍ଲକର ପୋଡାପଦର, ବିପୁଳିଙ୍ଗି, ଭିକାରୀପଲ୍ଲୀ, ବଡମାଧପୁର, ପୋଟ୍ଟଲାମପୁର, ବିପୁଳିଙ୍ଗିଙ୍କ ସମେତ ବହୁ ଗାଁଗାଁ ହଜାର ହଜାର ଭରଣ ଚାଷ ଜମି ଜଳବନ୍ଦୀରେ ରହିଛି । ଅପରପକ୍ଷରେ ଗତ ଦୁଇଦିନିଆ ଲଗାଣ ବର୍ଷାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଭରଣ ଚାଷ ଜମି ଜଳବନ୍ଦୀ ହୋଇରହିଥିବାରୁ ଏନେଇ ଆଜି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଜଳ ସେଚନ ବିଭାଗର ଅଧିକାରୀ ମାନଙ୍କୁ ଡାକି କେନାଲର ଗୁଡିକ ପୁନଃଉଦ୍ଧାର କରିବାସହ ଚାଷ ଜମିରେ ଥିବା ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ତୁରନ୍ତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାସହିତ ସ୍ଥାୟୀପ୍ରତିକାର ନିମନ୍ତେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ