ବିଭାଗୀୟ ସଂରକ୍ଷଣ ରେ ଚାଲିଛି ପି ଏଚ ଡି ରେ ନିମ୍ନମାନର ପାଇପ କାମ

କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ଟିଟିଲାଗଡ ରାସ୍ତାରେ ନିୟମ କୁ ଅଣଦେଖା କରି ବେଆଇନ ଭାବେ ଚାଲିଛି ପାଇପ ପୋତା କାମ ଏନେଇ ବିଭିନ୍ନ ବ୍ୟକ୍ତିବିଶେଷ ଦ୍ୱାରା ବିରୋଧ ଓ ବିଭିନ୍ନ ଗଣମାଧ୍ୟମ ରେ ନିୟମ କୁ ଅଣଦେଖାକରି କେବଳ ମୌଖିକ ଅନୁମତି ପାଇ ନିମ୍ନ ମାନର ପାଇପ ପୋତା କାମ ହେଉଥିବା ଖବର ପ୍ରକାଶ ପାଇଲା ପରେ ଟିଟିଲାଗଡ଼ ପିଡ଼ବ୍ଲୁଡି ବିଭାଗ ଓ କେସିଙ୍ଗା ପିଏଚଡ଼ି ବିଭାଗ କୁ ଚେତା ପଶିଥିଲା ଓ ଉଭୟ ବିଭାଗ ମଧ୍ୟରେ ଯୁଗ୍ମ ସ୍ଵାକ୍ଷର ପରେ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଧାରିତ ହେଲା । ଅଭିଯୋଗ ପାଇ କେସିଙ୍ଗା ଏନ ଏ ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରିଣୀ କିରଣ ବେହେରା, ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଠିକା ସଂସ୍ଥା ର ଲୋକ ରହି କାମ ଯାଞ୍ଚ କରାଯାଇଥିଲା ସେଠାରେ କୋୖଣସି ନିୟମ ର ପାଳନ ହୋଇନଥିବା ଏବଂ ପାଇପ ଲାଇନ ଏକ ମିଟର ଗଭୀର ବଦଳ ରେ ଏକ ଫୁଟ ରେ ପୋତାଯାଇଥିବା ଦେଖିବାକୁ ପାଇଲେ ଯାହାକି ଆଗାମୀ ଦିନରେ ଭାଙ୍ଗିଯିବାର ସମ୍ଭାବନା ରହିଛି ବୋଲି କନିଷ୍ଠ ଯନ୍ତ୍ରୀ ମଧ୍ୟ ସ୍ବୀକାର କଲେ ଏବଂ ତାକୁ ବାହାର କରି ପୁଣି ପୋତିବା ପାଇଁ ଏନ ଏ ସି ଅଧ୍ୟକ୍ଷ ଓ ନିର୍ବାହୀ ଅଧିକାରିଣୀ ଙ୍କୁ କହିଥିଲେ ଏବଂ ପିଏଚଡ଼ି କନିଷ୍ଠ ଯନ୍ତ୍ରୀ ଠିକା ସଂସ୍ଥା ଖୋଲିକି ବାହାର କଲା ପରେ କାମ ଅରମ୍ବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏନ ଏ ସି ଅଧ୍ୟକ୍ଷ ଓ  କତ୍ତୃପକ୍ଷ ଙ୍କୁ ବେଖାତିର କରି  ନିୟମ କୁ ଫୁ କରି ଠିକା ସଂସ୍ଥା ନିଜମୁତାବକ କାମ ଆରମ୍ଭ କରିଛି ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଜାନକୀ ନାଏକ ଙ୍କୁ ପଚାରିବାରୁ ଠିକା ସଂସ୍ଥା ସେହିକାମ କରିବ କିନ୍ତୁ ନିର୍ବାହୀ ଯନ୍ତ୍ରୀ ସାର ଆଗକୁ କାମ ଜାରିରଖନ୍ତୁ ବୋଲି କହିବାରୁ କାମ ଚାଲୁ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ବେଆଇନ ଓ ନିମ୍ନ ମାନର କାମକୁ କିଭଳି ଉପରିସ୍ଥ ଅଧିକାରୀ ଘଣ୍ଟ ଘୋଡାଉ ଛନ୍ତି ଏହା ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଧାରଣ ରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ