ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ
କୋରାପୁଟ,(ହେମନ୍ତ ପାଣଗ୍ରାହୀ) ଓଡ଼ିଶା ଜଳ ସଂପଦ
ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ- ୨୦୨୪-୨୫ ସତି ଗୁଡା ବନ୍ଧ, ୟେଲୋବ୍ରିଜ୍ ଜୟପୁର ଠାରେ ଆଜି ପାଳିତ ହୋଇଯାଇଛି। ଅଧିକ୍ଷଣ ଯନ୍ତ୍ରୀ ଉପର କୋଲାବ ମୁଖ୍ୟ ବନ୍ଧ ବିଭାଜନ, କୋଲାବ ନଗର କୋଲାବ ଜଳ କେନାଲ ବିଭାଜନ ଇଂ ନିଳମଣୀ ଜ୍ଞାନଚାନ୍ଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଲୋଚନ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସଞ୍ଜୀବ କୁମାର ମହନ୍ତ, ଉପନିର୍ଦେଶକ ଉଦ୍ୟାନବିଭାଗ ଇଂ ସନ୍ତୋଷ କୁମାର ମହାପାତ୍ର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଇଂ ଶିବ ପ୍ରସାଦ ପାଣିଗ୍ରାହୀ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଉପର କୋଲାବ ଯୋଜନା, ବାଳକୃଷ୍ଣ ବିଶୋଇ ସଭାପତି ଶୀର୍ଷ କମିଟି, ମନମୋହନ ପଟ୍ଟନାୟକ ସଂପାଦକ ଶୀର୍ଷ କମିଟି ସଦାଶିବ ତ୍ରିପାଠୀ, ସଭାପତି ଧନପୁର କରନାଳ କମିଟି
ଗଙ୍ଗାଧର ପାଣିଗ୍ରାହୀ ସଭାପତି, ପଦ୍ମପୁର କରନାଳ କମିଟି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ତାରା କହିଥିଲେ ଯେ ତଳ ମୁଣ୍ଡରେ ରହିଥିବା ଚାଷୀ କିଭଳି ପାଣି ପାଇବେ ସେଥି ପାଇଁ ଜଳସଂପଦ ବିଭାଗ ର ଚେଷ୍ଠା ରହିବା ଆବଶ୍ୟକ ଏବଂ କୋଲାବ କେନାଲ ର ଉଭୟ ପାର୍ଶ୍ଵର ମରାମତି କରିବା ପାଇଁ ୫୫୦ କୋଟି ଟଙ୍କାର ଅର୍ଥ ଉପଯୋଗ ହେଇଥିବା ସେ କହିଛନ୍ତି। ଉପସ୍ଥିତ ଥିବା ଚାଷୀମାନେ କେନ୍ଦ୍ରୀୟ କମିଟି ଗଠନ, ଶୀର୍ଷ କମିଟି ଗଠନ, ତଳ ମୁଣ୍ଡ ପର୍ଯ୍ୟନ୍ତ କେନାଲ ଖନନ, କାଡ଼ା କେନାଲ ନିର୍ମାଣରେ ଦଲାଲ୍ ହଟାଇବା, ସମସ୍ତ ପାଣି ପଞ୍ଚାୟତକୁ ମେସିନାରି ପ୍ରଦାନ ଆଦି ବିଷୟରେ ଚାଷୀ ପ୍ରତିନିଧି ଅଭିଯୋଗ ରଖିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବ ଶେଷରେ ସମସ୍ତଙ୍କୁ ଅର୍ପଣ କରିଥିଲେ ।