ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

ଚିଲିକା (ଜୁଗାବ୍ଦ ନ୍ୟୁଜ୍‍):ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚଳିତ ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ପାଳନ ସହ କବିତା ପାଠ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଚିଲିକା ବ୍ଲକର ବଡ଼କୁଳସ୍ଥିତ ପ୍ରଗତିଶୀଳ ସୃଜନୀ ସଂସଦ ପକ୍ଷରୁ ସଂପାଦକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱ ତଥା ସ୍ଥାନୀୟ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ୍ ସ୍କୁଲ ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ବରିଷ୍ଠ ନାଗରିକ ପରମାନନ୍ଦ ମୁଦୁଲି, ସମ୍ମାନିତ ଅତିଥିଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ମାତୃସ୍ମୃତି ବଡ଼ପଦର କେନ୍ଦ୍ରର ବରିଷ୍ଠ ଶିକ୍ଷକ ସୁରେନ୍ଦ୍ରନାଥ ଜେନା ଯୋଗଦେଇ ଓଡ଼ିଆ ନବବର୍ଷ ସଂସ୍କୃତି ଉପରେ ମତ ରଖିଥିଲେ । ଅଧ୍ୟାପକ ଭାସ୍କର ଚନ୍ଦ୍ର ମୁଦୁଲି ଓ ଶିକ୍ଷକ ଶରତ ଚନ୍ଦ୍ର ଜାଲିଙ୍କ ସଂଯୋଜନାରେ କବିତା ପାଠ ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସାହିତ୍ୟ ପ୍ରେମୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ସେହିଭଳି ନାଚୁଣୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଆହ୍ୱାନ ଓ ମାସିକ ସମ୍ବାଦପତ୍ର’ ପରିପ୍ରକାଶର ମିଳିତ ଆନୁକୂଲ୍ୟରେ ସଂପାଦକ ପ୍ରଦୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ନବବର୍ଷ ପାଳନ କରାଯାଇ କବିତା ଆସର ଆୟୋଜନ କରାଯାଇଥିଲା । ଏଥିରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶୁ କବିତା ଲିଖନ ଓ ପଠନ ପ୍ରତିଯୋଗିତ କରାଯାଇ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ