ବିଭିନ୍ନ କଲ୍ୟାଣକାରୀ ଯୋଜନାର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ସଦର ବ୍ଲକ୍ର ବିଭିନ୍ନ ସ୍ଥାନରେ ୭ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ୨ଟି ଗ୍ରାମୀଣ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଆନୁକୁଲ୍ୟରେ ଏଣ୍ଡ୍ରାଇ, ବାହାବଳପୁର, ଦୁବଳାଗଡି, ଜୁଆରୀ ଆଳୁମେଦା, ବୁଧିଆମାରୀ ସାର୍ଥା, ପିଞ୍ଚାବଣିଆ ରୂପସା, ଆଙ୍କୋ, ମିରିଗିମୁଣ୍ଡି କଷିପଦା ଠାରେ ଘର କୁ ଘର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଦିଆଯାଇଛି । ଠିକ ସେହିପରି ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ୨ଟି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୨ ଅନ୍ତର୍ଗତ ସାର୍ଥା ଠାରୁ ପାଞ୍ଚୁପଡ଼ା ଏବଂ ସାର୍ଥା ଠାରୁ କଷାଫଳ ମୁହାଣ ପର୍ଯ୍ୟନ୍ତ ଦୁଇଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ଆଗାମୀ ଦିନରେ ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ଉନ୍ନତମାନର ରାସ୍ତା ନିର୍ମାଣ କରାଯାଇ ସଦର ବ୍ଲକକୁ ଏକ ଆଦର୍ଶ ବ୍ଲକ ଭାବରେ ଗଢି ତୋଳିବା ପାଇଁ ବିଧାୟକ ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗାଁକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ହୋଇ ନ ଥିବାବେଳେ ଆଜିର ଏହି ଶିଳାନ୍ୟାସ ସମୁଦ୍ର ତଟବର୍ତ୍ତି ଅଞ୍ଚଳର ବିକାଶ ପାଇଁ ଏକ ମାଇଲ ଖୁଣ୍ଟ ସ୍ୱରୂପ ହେବ । ପାଖାପାଖି ୧୦,୦୦୦ ରୁ ଉଦ୍ଧ୍ୱର୍ ପରିବାର ଏହି ସମସ୍ତ ପାନୀୟ ଜଳ ପ୍ରକଳ୍ପରୁ ଲାଭାନ୍ୱିତ ହେବେ । କେନ୍ଦ୍ର ସରକାରଙ୍କ “ହର ଘର ଜଳ’ ଯୋଜନାରେ ଖୁବ ଶୀଘ୍ର ସଦର ବ୍ଲକର ସମସ୍ତ ପଞ୍ଚାୟତରେ ଏହି ଭଳି ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନ କରାଯାଇ ସହର ଭଳି ଗ୍ରାମାଞ୍ଚଳରେ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ଦତ୍ତ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମୀୟ ପାନୀୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀର ଏସ୍.ଡି.ଓ ସମୀର ଦେ ଓ କନିଷ୍ଠ ଯନ୍ତ୍ରୀ ମୀରାଲିନ ପାତ୍ର ଏବଂ ଏ. ସୁଜାତା, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍.ଡି.ଓ ଅଶ୍ୱନୀ କୁମାର ଦଣ୍ଡପାଟ ଓ କନିଷ୍ଠ ଯନ୍ତ୍ରୀ ଉମା ଶଙ୍କର ବେହେରା, ବିଧାୟକ ପ୍ରତିନିଧି ତଥା ସମିତି ସଭ୍ୟ ଶ୍ରୀ ରବିନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ସୁମତି ନାୟକ, ସାର୍ଥା ସରପଞ୍ଚ ସାନିଆ ମୁର୍ମୁ, ସମିତି ସଭ୍ୟା ଜୟନ୍ତି ମୁର୍ମୁ, କଷିପଦା ସରପଞ୍ଚ ଅନିତା ବେହେରା ଓ ସମିତି ସଭ୍ୟା ଅଭିପ୍ସା ନାୟକ, ବାହାବଳପୁର ସରପଞ୍ଚ ରଶ୍ମିତା ମଣ୍ଡଳ ଓ ସମିତି ସଭ୍ୟା ଅନିମା ଦ୍ୱିବେଦୀ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ମଣ୍ଡଳ ସଭାପତି ବିଜୟ ଦାସ ଓ ତପନ ଗିରି, ଅନନ୍ତ ନାୟକ, ଭୁଦେବ ସାହୁ, ମୁଲତା ଗାଣ, ଦିଲ୍ଲୀପ ମହାନ୍ତି, ରଶ୍ମୀ ରନ ଜେନା, ଅନ୍ତର୍ଯ୍ୟାମୀ ବେହେରା, ଶ୍ରୀଧର ବେହେରା, ନିରନ ପରିଡା, ଅରବିନ୍ଦ ଜେନା, ଉତ୍ତମ ମାଝୀ, ସତ୍ୟରନ ବାରିକ, ପ୍ରଶାନ୍ତ ମାନ୍ନା, ସେଖ ଆକବର, ଜଗଦୀଶ ବାରିକ, ଶଶିକାନ୍ତ ବାରିକ, ମଦନ ସାହୁ, ରବୀନ୍ଦ୍ର ମଣ୍ଡଳ, ଝାଡେଶ୍ୱର ସେଠୀ, ସେଖ କମରୁଲ, ବିକାଶ ଷଢଙ୍ଗୀ, ପତିତ ପାବନ ଦାସ, ଅଲେଖ ସାହୁ, ରାଧାଶ୍ୟାମ ଜେନା, ସେଖ ଫକରୁଦ୍ଦିନ, ତପନ ସାହୁ, ପିଣ୍ଟୁ ଜେନା, ବିଜୟ ସାସମଲ, ମନୋଜ ମୂଳା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ