ବିଭିନ୍ନ ଦାବିନେଇ ଏସିଏମ ସଂଘ ପକ୍ଷରୁ ବିଡିଓଙ୍କ ମାଧ୍ୟମରେ ଦାବିପତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଏସଇଏମ ଓ ପମ୍ପ ଡ୍ରାଇଭର ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ବିଭିନ୍ନ ଦାବିନେଇ ଆଜି ହାଟଡିହି ବ୍ଲକ ଏସିଏମ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମହାସଂଘ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଗତ ୨୫/୯ରୁ ଧାରଣା ଜାରି ରହିଥିବାବେଳେ ସରକାର ସେମାନଙ୍କ ଦାବି ସମ୍ପର୍କରେ କର୍ଣ୍ଣପାତ କରୁ ନାହାନ୍ତି । ଯେଉଁଥିପାଇଁ କି ପାନୀୟଜଳ ଯୋଗାଣ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ଏପରି ବୈମାତୃକ ମନୋଭାବ ପ୍ରତିବାଦରେ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । କର୍ମଚାରୀମାନେ ତାଲିମପଅ୍ରାପ୍ତ କର୍ମଚାରୀ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ଓ ସଚିବ ମାନେ ଏହି କର୍ମଚାରୀ ମାନଙ୍କୁ ସ୍ୱେଚ୍ଛାସେବୀ କହୁଥିବାରୁ ମହାସଂଘ ଏହାକୁ ଘୋର ନିନ୍ଦା କରିଛି । ଏସିଏମ ପଦବୀ ଉଚ୍ଛେଦକରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା ଦେବା, କୁଶଳୀ ଅତି କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣ କୁଶଳୀ ନିୟମ ଲାଗୁ କରିବା, ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ଦେଇଥିବା ଆଦେଶକୁ ପାଳନକରି ସମାନ କାମକୁ ସମାନ ଦରମା ଦେବା, ଦଶବର୍ଷର ବକେୟା ରାଶି ପ୍ରଦାନ କରିବା, କାର୍ଯ୍ୟକରୁଥିବା ବେଳେ ମୃତ୍ୟୁବରଣ କରୁଥିବା କର୍ମଚାରୀ ମାନଙ୍କୁ ୨୦ଲକ୍ଷ ଅନୁକମ୍ପା ମୁଳକ ସହାୟତା ପ୍ରଦାନ କରିବା, ମେଗା ପ୍ରୋଜେକ୍ଟରେ ଜଳଯୋଗାଣ କର୍ମଚାରୀ ମାନଙ୍କୁ କର୍ମନିଯୁକ୍ତି ଦେବା ଆଦି ୮ଦଫା ଦାବିନେଇ ଏହି ଆନ୍ଦୋଳନ କରୁଛନ୍ତି । ଆଜି ସଂଘର ସଭାପତି ନାରାୟଣ ପ୍ରସାଦ ଖୁଣ୍ଟିଆଙ୍କ ନେତୃତ୍ୱରେ ସମ୍ପାଦକ ଗୌରାଙ୍ଗ ବାରିକ, ସନ୍ତୋଷ କୁମାର ସା, ହରିହର ଦାସ, ଅଶୋକ ସୁଆର, ରମାକାନ୍ତ ଜେନା, ଅଭିମନ୍ୟୁ ସେଠୀ, କୈଳାଶ ବେଜ, ସୁଧାକର ସା, ରାଜକିଶୋର ଜେନା, ବିକାଶ ସ୍ୱାଇଁ, ଚନ୍ଦ୍ରଶେଖର ଜେନା, ରାଜକିଶୋର ଜେନା, ଭାଷ୍କର ମଲ୍ଲିକ, ଅଜୟ କୁମାର ଦେବତା, ଗୋପବନ୍ଧୁ ଦାସ, ଜୟନ୍ତ ଦେହୁରୀ, କାର୍ତ୍ତିକେଶ୍ୱର ନାୟକ, ପ୍ରଭାତ ପୃଷ୍ଟିଙ୍କ ସମେତ ବ୍ଲକରେ କାର୍ଯ୍ୟକରୁଥିବା ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ବିଡିଓ, ମୁଖ୍ୟଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ ଓ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।