ବିଭିନ୍ନ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗ୍ରାମସଭାରେ ଏପିଓ ପୃଷ୍ଟି, ଶିକ୍ଷାବିତ ସନାତନ ଓଝା, ଦୟାନିଧି ରାଉତ, ରାଧାଗୋବିନ୍ଦ ଦାଶ, ନିତ୍ୟାନନ୍ଦ ପାଢ଼ୀ, କିର୍ତ୍ତନ ବିହାରୀ ନାୟକ, ଘନଶ୍ୟାମ ଖଣ୍ଡା, ନାୟବ ସରପଞ୍ଚ ପାର୍ବତୀ ବେହେରା, ସମସ୍ତ ୱାର୍ଡସଭ୍ୟସଭ୍ୟା, ଜିଆରଏସ ସୌଭାଗିନୀ ରାୟ ସର୍ଦ୍ଦାର, ବରିଷ୍ଠ ନାଗରିକ ନନ୍ଦ କିଶୋର ନାୟକ, ପ୍ରଭାକର ଖଣ୍ଡା, ସନ୍ତୋଷ କୁମାର ନାୟକ, ପ୍ରମୁଖ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ତୈଳଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହିତ ଗାନ୍ଦୀ ଜୟ୍ରନ୍ତୀ ଉପରେ ନିଜ ନିଜର ବକ୍ତବ୍ୟ ।ଖିଥିଲେ । ଏହି ଅବସରରେ ସ୍ୱତନ୍ତ୍ର ଗ୍ରାମସଭା କରାଯାଇ ମନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପ, ବାଲ୍ୟ ବିବାହ ଉଚ୍ଛେଦ ଓ ଖଣିଜ ପ୍ରତିଷ୍ଠାନ ଅନୁଦାନର ସଫଳ ରୁପାୟନ ଉପରେ ଆଲୋଚନା କରାଯାଇ ଚିଠାପ୍ରସ୍ତାବ ଗୃହୀତ କରାଯାଇଥିଲା । ସେହିପରି ଶାସଙ୍ଗ ପଞ୍ଚାୟତରେ ସରପଞ୍ଚ ମଧୁମିତା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଶାସଙ୍ଗ ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟସଭ୍ୟା ଯୋଗଦେଇ ଆଗାମି ବର୍ଷ ପାଇଁ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିବାବେଳେ ଖରିଜ ପ୍ରତିଷ୍ଠାନ ଡିଏମଏଫ ଅନୁଦାନରେ ନିର୍ମାଣ ବିଭିନ୍ନ ପ୍ରକଳ୍ପର ଚିଠାପ୍ରସ୍ତାବ ଗୃହିତ କରାଯାଇଥିଲା । ସେହିପରି ବାଲ୍ୟ ବିବାହ ଉଚ୍ଛେଦ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଗୁଡିକ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଇଞ୍ଚୋଳ ପଞ୍ଚାୟତରେ ସରପଞ୍ଚ ସଶ୍ମିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱଚ୍ଛତା ହିଁ ସେବା ଏବଂ ସ୍ୱତନ୍ତ୍ର ଗ୍ରାମସଭାରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ନୋଡାଲ ଅଫିସର ଚିନ୍ତାମଣି ଦାଶ, ଜିଆରଏସ ଶ୍ରୀମନ୍ତ ନାୟକ, ନାଏବ ସରପଞ୍ଚ ମନୋଜ କୁମାର ନାୟକ, ୱାର୍ଡସଭ୍ୟ ସୁପ୍ରୀୟା ସା, ମନୋରଞ୍ଜନ ସୁଆର, ସତ୍ୟଭାମା ସା, ମାଳତୀ ଜେନା, ତୁଳସୀ ମହାନ୍ତି ପ୍ରମୁଖ ଯୋଗଦେଇ ଆଗାମି ବର୍ଷ ପାଇଁ ମନରେଗା ଯୋଜନାର ପ୍ରକଳ୍ପ ତାଲିକା ପ୍ରସ୍ତୁତି କରିବା ସହିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପ୍ରକଳ୍ପ ଗୁଡିକୁ ଅନୁମୋଦିତ କରାଯିବା ସହିତ ବାଲ୍ୟ ବିବାହ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତି ହୋଇଥିଲା । ସେହିପରି ପଞ୍ଚାୟତ ସମ୍ମୁଖ, ସ୍କୁଲ ପରିସର ଓ ଗ୍ରାମରାସ୍ତାକୁ ସପେଇ କରାଯାଇଥିଲା । ପୁର୍ବତନ ନାୟବ ସରପଞ୍ଚ ବିଜୟ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ