ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ଆଜି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବ୍ଲକର ବିଷ୍ଣୁପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ୫ଟି ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉପାଧ୍ୟକ୍ଷ ଶ୍ରୀ ସାମଲ ବିଦ୍ୟାଳୟରେ ପହଂଚି ୫ଟି କାର୍ଯ୍ୟ ବାବଦରେ ଅନୁଧ୍ୟାନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକଙ୍କ ସହିତ ବିଭିନ୍ନ ଆଲୋଚନା କରିଛନ୍ତି। ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସମାଜସେବୀ ଅଜିତ ଦାସ, ସୌମ୍ୟରଂଜନ ଜେନା, ଦୀପକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ବନ୍ଦାଳୋ-ମଢ଼ିଆଳି ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଥିବା ୫ଟି କାର୍ଯ୍ୟ ବାବଦରେ ଉପାଧ୍ୟକ୍ଷ ସମୀକ୍ଷା କରିଛନ୍ତି। ସରପଞ୍ଚ ବିଶ୍ୱନାଥ ସାହୁ ଓ ପ୍ରଧାନଶିକ୍ଷକ ସୁଦର୍ଶନ ସେଠୀଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ