ବିଭିନ୍ନ ବ୍ୟାଙ୍କରେ ଜନଗହଳି

ଛତ୍ରପୁର : କରୋନା ଭୁତାଣୁଠାରୁ ଦୂରେଇ ରହିବା ନିମନ୍ତେ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ସଜାଗ ହୋଇ ଲୋକମାନଙ୍କୁ ଭୟଭୀତ ନହୋଇ ସଚେତନ ହେବା ନିମନ୍ତେ ଅନୁରୋଧ କରିଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇ ଜନଗହଳି ରୋକିବା ନିମନ୍ତେ ମା’ ତାରାତାରିଣୀ ଚୈତ୍ର ଯାତ୍ରାଠାରୁ ଆରମ୍ଭ କରି ଦଣ୍ଡ ଯାତ୍ରା ଏବଂ ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଛି । ଅପରପକ୍ଷରେ ଛତ୍ରପୁର ଆଖପାଖ ବିଭିନ୍ନ ଶିଳ୍ପାନୁଷ୍ଠାନରେ ଶତାଧିକ ଲୋକମାନେ ଏକତ୍ର ହୋଇ କାମ କରୁଥିବା ନଜର ଆସିଛି । ଏହାସହ ସହରର ଆଖପାଖ ବିଭିନ୍ନ ମଦ ଦୋକାନରେ ଜନଗହଳି କରି ମଦ୍ୟପ ମାନେ ଆଡ୍ଡା ଜମାଉଥିବା ଜଣାପଡ଼ିଛି । ଛତ୍ରପୁରର ସମସ୍ତ ବ୍ୟାଙ୍କ, ଏଲଆଇସି ଅଫିସ, ଆରଟିଓ ଅଫିସରେ ଭିଡ଼ ଜମାଉଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ