ବିଭିନ୍ନ ସଂଗଠନ ପକ୍ଷରୁ ବିଶ୍ୱ ପକାଳ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ରୁ ଉର୍ଦ୍ଧଗ୍ରାମବାସୀ ଯୋଗଦେଇଥିବା ବେଳେ “ପଖାଳ” ବ୍ୟଞ୍ଜନ ପରିବେଶଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକ ମିନା କୁମାରୀ ଟହଲ, ଉପଦେଷ୍ଟା, ଡ. କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥି ଭାବେ ଚାଇଲ୍ଡ ଲାଇନ୍‌ର ଜିଲ୍ଲା ସଂଯୋଜକ ନାଗେଶ୍ୱର ଚୌଧୁରୀ, ଇଶାନ ଚାନ୍ଦ ଓଁକାର, ଶିଶୁ କଲ୍ୟାଣ ସମିତିର ସଦସ୍ୟା ଅଳକା ସାହୁ ପ୍ରମୁଖ ସହଯୋଗ କରିଥିଲେ । ପଖାଳ ଦିବସ ବିଶେଷତ୍ତ୍ୱ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥିରେ ସୋନାଲି ସୌମ୍ୟା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟରେ ଲିପ୍‌ସାରାଣୀ ଓଁକାର, ତୃତୀୟରେ ରାଜଶେଖର ନାୟକ କୃତୀତ୍ୱ ହାସଲ କରିରି ବିଜେତା ଭାବେ ପୁରସ୍କୃତ କରାଯାଇଥିଲା । ଏହା ସହ ଦହିପଖାଳ, ମାଛ ଭଜା, ଚିଙ୍ଗୁଡି ଘାଣ୍ଟ, ଶାଗ ଭଜଜା, କଲରା ଭଜା, ବଡିଚୋରା, କାକୁଡି ସାଲାଡ ଆଦି ସ୍ୱାଦିଷ୍ଟ ବ୍ୟଞ୍ଜନ ଓଡିଆ ପରମ୍ପରା ଅନୁଯାୟୀ କଂଶା ପାତ୍ରରେ ପରୋଶା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ମଞ୍ଜୁଳା ଚୌଧୁରୀ, ଶାକଲ୍ୟ ବେବର୍ତ୍ତା, ମମତା ପାତ୍ର ପ୍ରମୁଖ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥଇବାବେଳେ ଶେଷରେ ମମତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ପ୍ରଗତି ମହିଳା ସଂଗଠନ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ସେଣ୍ଟର ପରିସରରେ ବିଶ୍ୱ ପକାଳ ଦିବସ ମହା ସମାରୋହରେ ପାଳନ ହୋଇ ଯାଇଛି । ପଖାଳର ମହତ୍ୱ, ରୂଚି, ଆବଶୟକ୍ତା ଏବଂ ସୁଲଭ ସ୍ୱସ୍ଥାୟ ଉପଯୋଗୀତା ତଥା ବୈଜ୍ଞାନିକ ଦୃଷ୍ଟି କୋଣରୁ ପଖାଳ ଏକ ମୃଦୁ ଋଚି ସ୍ୱ।।ସ୍ଥ୍ୟପଯୋଗୀ ଖାଦ୍ୟ ଓଡିଶାରେ ନୁହେଁ ସାରା ବିଶ୍ୱରେ ବିଖ୍ୟାତ ଲାଭ କରିଛି । ଏ ସମ୍ପର୍କରେ ବକ୍ତାମାନେ ନିଜ ନିଜ ବକ୍ତବ୍ୟ ରଖିଛନ୍ତି । ସମ୍ପାଦିକା ତନୁଜା ଶତପଥୀ ପ୍ରାକ୍ ସୂଚନା ଦେବା ପରେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙବ୍‌କ ପରିଚାଳନାରେ ଅନୁଷ୍ଠି ପଖାଳ ପ୍ରସ୍ତୁତି ପ୍ରତି ଯୋଗିତା ଏବଂ “ବିଶ୍ୱ ଦରବାରରେ ପଖାଳ” ଆଲୋଚନା ହୋଇଥିଲା । ମୁଖ୍ୟ ଇତିଥି ଭାବେ ସୁଲତା ଶୁଭଦର୍ଶିନୀ, ସ୍ୱତନ୍ତ୍ର ଅତିଥି ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ମୁଖ୍ୟବକ୍ତା ଶ୍ୱେତା ପଟ୍ଟନାୟକ, ସମ୍ମାନିତ ଅତିଥି କଳ୍ପନା ପଟ୍ଟନାୟକ, ସଂଯୋଜକ ଲୋକନାଥ ମିଶ୍ର, ମମତା ପାଢୀ, ଭାଗବତ ପାଢୀ, ସୁଜାତା ନନ୍ଦ, ଋତୁପର୍ଣ୍ଣା, ମୋହିନୀ ପ୍ରଧାନ, ତ୍ରିପତି ପଣ୍ଡା, ମାନସୀ ପଣ୍ଡା, ପ୍ରଫୁଲ କୁମାରୀ ବେବର୍ତ୍ତା, ଶାଶ୍ୱତୀ ବେବର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ସଂଗଠନର ସଭାନେତ୍ରୀ ଡି.ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ