ବିଭିନ୍ନ ସମସ୍ୟା କୁ ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ, ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ମାନେ ଏକତ୍ରିତ ହୋଇ ବାଲିଗୁଡ଼ା ସମନ୍ନତି ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ସୁବିଧା ସୁଯୋଗ ହିତାଧିକାରୀଙ୍କୁ ମିଳୁ ନ ଥିବା ନେଇ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କୁ ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ତରଫରୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି l ଉକ୍ତ ଅଭିଯୋଗ ମଧ୍ୟରେ ଗାଇ ଗୁହାଳ, ଛେଳି କୁଡ଼ିଆ, ତାର ବାଡ଼, ତଥା ଜଳ ସେଚନ ଭଳି ସରକାର ଙ୍କ ତରଫରୁ ଆସୁଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପଞ୍ଚାୟତ ଗୁଡ଼ିକରେ ରହିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ସୁବିଧା ମିଳୁନାହିଁ ବୋଲି ଉକ୍ତ ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଛି l ପ୍ରତି ପଞ୍ଚାୟତ ରେ କରାଯାଉଥିବା ଗ୍ରାମ ସଭାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ହେଉ ନାହାନ୍ତି l ଯାହା ଫଳରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ସୂଚନା ଜନ ସାଧାରଣଙ୍କ ପାଖକୁ ପହଞ୍ଚି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି l ଏଥିରେ ମିଡ଼ିଆକିଆ ପଞ୍ଚାୟତ ସରପଞ୍ଚ ଅଶୋକ ମଲିକ, ସମିତିସଭ୍ୟା ଜାନକୀ କହଁର, ବାରଖମା ପଞ୍ଚାୟତର ସମାଜ ସେବୀ ପରମାନନ୍ଦ ନାୟକ, ବାଟାଗୁଡ଼ା ସରପଞ୍ଚ ପ୍ରତାପ ମଲିକ, ସିନ୍ଦିରୀଗାଁ ସରପଞ୍ଚ ରଘୁନାଥ ମଲିକ ଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇ ଏହି ଅଭିଯୋଗ କରିଛନ୍ତି l ଏଣୁ ଉପଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ସହ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟହେବୁ ବୋଲି ସମାଜସେବୀ ପରମାନନ୍ଦ ନାୟକ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ