ବିଭିନ୍ନ ସ୍ଥାନରୁ ଚୋରୀ ଜିନିଷକୁ ଉଦ୍ଧାର ପରେ ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜଣେ ଲୁଟେରାଙ୍କ ଦ୍ଵାରା ଲୁଟ୍ ହୋଇଥିବା ଚୋରି ଜିନିଷ ଉଦ୍ଧାର ପରେ ବୁଧବାର ଦିନ ପାଟପୁର ପୋଲିସ ଲୁଟର ବଶବର୍ତ୍ତୀ ହୋଇଥିବା ପ୍ରକୃତ ଲୋକଙ୍କୁ ଚିହ୍ନଟ କରି ନିଜ ଜିନିଷ ଫେରାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଥିବା ଜଣାପଡିଛି । ଖବରନୁଯାୟୀ , ଗତ କିଛି ମାସ ହେଲା ପାତ୍ରପୁର ଅଞ୍ଚଳ ଦାମୋଦର ସାହିର ଚନ୍ଦ୍ରଶେଖର ବାଡତ୍ଯା ନାମକ ଜଣେ ବ୍ୟକ୍ତି ପୋଲିସକୁ ଚକମା ଦେଇ ଜିଲ୍ଲାର ବିଭିନ୍ନ ଥାନା ସମେତ ସରକାରୀ କାର୍ଯ୍ୟାଳୟ ଏବଂ ଧାର୍ମିକ ସ୍ଥଳ ମାନଙ୍କରୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ଆସୁଥିଲା । ଲୁଟେରା ଜଣକ ଏକ ଅଭିନବ ପନ୍ଥା ଆପଣାଇ ଚୋରି କରୁଥିବାର ଦେଖିବାକୁ ମିଳିଛି । ଏପରିକି ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବାଙ୍ଗରଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରୁ ଏକ ଲାପଟପ ଚୋରି କରି ବିକ୍ରି କରୁଥିବା ସମୟରେ ହିଞ୍ଜିଳି ଥାନା ପୋଲିସ ହାତରେ ଧରାପଡ଼ି ଯାଇଥିଲା l ପୋଲିସ ଚୋରକୁ ଧରିବା ପରେ ଆରମ୍ଭ କରିଥିଲା ତଦନ୍ତ । ଏହାପରେ ଚୋର ଜଣକ କେଉଁଠାରୁ କେଉଁ ସାମଗ୍ରୀ ଚୋରି କରିଥିଲା ତାହାର ଏକ ତାଲିକା ପୋଲିସ ଆଗରେ ଉପସ୍ଥାପନ ପରେ ମାମଲା ରୁଜୁ କରି ଅପରାଧୀଙ୍କୁ କୋର୍ଟ ଚାଲାଣ କରିଥିଲା । ଏହାପରେ ପାଟପୁର ପୋଲିସକୁ ଘଟଣା ସମ୍ପର୍କର ଅବଗତ ପରେ ପୋଲିସ ସମସ୍ତ ଚୋରି ଜିନିଷ ଉଦ୍ଧାର କରି ଆଜି ଫେରାଇଥିଲା । ଏପରିକି ଚୋର ଜଣକ ପାଟପୁର , ହିଞ୍ଜିଳି, ଶେରଗଡ଼ ଥାନାରୁ ଚୋରି କରୁଥିବା କଥା ମାନି ଚୋରିକରିଥିବା ସାମଗ୍ରୀକୁ ପୋଲିସକୁ ଦେଇଥିଲା l ପୋଲିସ ଶେରଗଡ଼, ହିଞ୍ଜିଳି, ପାଟପୁର ଥାନାରେ ଚୋର ନାମରେ ୧୪ ଟି ମାମଲା ରୁଜୁ କରିଥିଲା । ସେଥି ମଧ୍ୟରୁ ପାଟପୁର ପୋଲିସ ୪୧୦ , ୪୧୨, ୪୧୩, ୪୧୪/୨୨ ରେ ୪ ଟି ମାମଲା ରୁଜୁ କରିଥିବା ଜଣାପଡିଛି l ଆଜି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏକ ସାମ୍ବାଦିକ ସମ୍ମିଳନୀରେ ଯାହାର ଜିନିଷ ତାଙ୍କୁ ଡାକି ଚୋରି ସାମାନର ବିଲ ଦେଖି ସାମଗ୍ରୀ ଗୁଡିକୁ ହସ୍ତାନ୍ତର କରିଥିଲେ l ସେ ମଧ୍ୟରେ ବଙ୍ଗରଡ଼ା ଆର ଆଇ ଙ୍କ ଲେପଟପ, ଦୁଇଗୋଟି ଭାଲିଆଝୋଳା ସ୍କୁଲ ଓ ନୀଳକଣ୍ଠେଶ୍ଵ ଓ ଖୋଲଡିର ମନ୍ଦିରର ସାଉଣ୍ଡ ମେସିନ ଓ ପାଣି ମୋଟରଏରେଣ୍ଡ୍ରା ପୂର୍ଣ୍ଣାନନ୍ଦ ଆଶ୍ରମର ଆଦି ଉଦ୍ଧାର କରାଯାଇଥିବା ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଥିଲେ ।


