ସାନଖେମୁଣ୍ଡି ବ୍ଲକର ୧୨୦ ଯକ୍ଷ୍ମା ରୋଗୀଙ୍କୁ ସେବା ଯୋଗାଇବାକୁ ପୋଷ୍ୟ ଗ୍ରହଣ କଲା ସମାଜସେବୀ ମନୋଜ ରଥଙ୍କ ଶୁଭକାମନା ଟ୍ରଷ୍ଟ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନର ସଫଳତା ପରିପ୍ରେକ୍ଷୀରେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଦାୟିତ୍ଵ ଗ୍ରହଣ କରିବାକୁ ବିଭିନ୍ନ ସେବାନୁଷ୍ଠାନ ଆଗଭର ହେଉଥିବା ଦେଖିବାକୁ ମିଳିଛି । ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ରହିଥିବା ୧୨୦ ଅନ୍ତର୍ଭୁକ୍ତ ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ଉତ୍ତମ ସେବା ଓ ପରିପୂରକ ପୋଷଣ ଯୋଗାଇଦେବାକୁ ବିଶିଷ୍ଟ ସମାଜସେବୀ ମନୋଜ କୁମାର ରଥଙ୍କ ‘ ଶୁଭକାମନା ‘ ଚାରିଟେବଲ୍ ଟ୍ରଷ୍ଟ ଆଗଭର ହୋଇଥିବା ସୂଚନା ମିଳିଛି । ଯକ୍ଷ୍ମା ରୋଗୀଙ୍କ ସୁସ୍ଥ ଜୀବନ ଯାପନ ନିମିତ୍ତ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ନେଇ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚିତ କରାଯାଇଛି । ଏହି ଅବସରରେ ଶୁଭକାମନା ଟ୍ରଷ୍ଟ ସମ୍ପାଦକ ଡ଼ାକ୍ତର ଆକାଶ କୁମାର ରଥ ଜିଲ୍ଲା ଚିକିତ୍ସାଧିକାରୀ ଡା ଉମାକାନ୍ତ ମିଶ୍ରଙ୍କ ଠାରୁ ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଦେଶୀ ଜେନାଙ୍କ ଉପସ୍ଥିତିରେ ଧାର୍ଯ୍ୟ ସେବା ଦାୟିତ୍ଵ ପାଇଁ ଅନୁମତି ପ୍ରାପ୍ତ କରିଛନ୍ତି । ସାନଖେମୁଣ୍ଡି ବ୍ଲକ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତର ଧର୍ମରାୟପୁର ଶାସନ ନିବାସୀ ମନୋଜ କୁମାର ରଥ ଏକାଧାରରେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ଶ୍ରୀରାମ ଚାରିଟେବଲ୍ ଟ୍ରଷ୍ଟ ସହ ବହୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଟନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲା ସହ ଗଞ୍ଜାମ ଜିଲ୍ଲାରେ ତାଙ୍କ ବହୁ ସେବାନୁଷ୍ଠାନ ଥିବା ସହ ଅନେକ ଧର୍ମାନୁଷ୍ଠାନ ସହ ସଂପୃକ୍ତି ରହିଅଛି ।ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ସ୍ୱାସ୍ଥ୍ୟସେବା ଜନିତ କାର୍ଯ୍ୟକ୍ରମ ନେଇ ମନୋଜ ରଥଙ୍କ ସେବା ମାନବୃତି ନେଇ ଅଞ୍ଚଳ ବୁଦ୍ଧିଜୀବୀ ମହଲ ଉତ୍ସାହିତ ଥିବା ବେଳେ ତାଙ୍କ ‘ ଶୁଭକାମନା ‘ ‘ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ସାନଖେମୁଣ୍ଡି ବ୍ଲକରେ ସେବା କ୍ଷେତ୍ରରେ ପ୍ରବେଶ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଯକ୍ଷ୍ମା ରୋଗୀଙ୍କୁ ପରିପୂରକ ସୁଷମ ପୃଷ୍ଟିକର ଖାଦ୍ୟ ଯୋଗାଇ ସେମାନଙ୍କ ସେବା ଦାୟିତ୍ଵ ଗ୍ରହଣ କରିଥିବାରୁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ା ବାହନ ଦାସ ଏବଂ ବରିଷ୍ଠ ଯକ୍ଷ୍ମାରୋଗ ନିରୀକ୍ଷକ ଶିବଶଙ୍କର ଦାସଙ୍କ ସହ କର୍ମଚାରୀ ସମୂହ ସନ୍ତୋଷ ପ୍ରକଟ ସହ କାର୍ଯ୍ୟକ୍ରମର ସଫଳତା ନେଇ ଆଶାବାଦୀ ଥିବା ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ