ବିଭିନ୍ନ ସ୍ଥାନରେ ପଞ୍ଚୁକ ବ୍ରତ ଉଦଯାପିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ଓଡିଆ ନୌବାଣିଜ୍ୟର ଗାଥା ବହନ କରୁଥିବା ପଞ୍ଚକ ବ୍ରତ ଆଜି ଉଦଯାପିତ ହୋଇଯାଇଛି । ଶ୍ରୀରାମଦୟା ପରିଷଦ ପକ୍ଷରୁ ୯ଦିନ ଧରି ଚାଲିଥିବା ନବାହ୍ନ ପାରାୟଣ ଆଜି ସନ୍ଧ୍ୟାରେ ଶେଷ ହୋଇଛି । ପୂଜକ ଜଗନ୍ନାଥ ପଣ୍ଡା ଓ ସନ୍ତୋଷ ଦାସଙ୍କ ବୈଦିକ ମନ୍ତ୍ରରେ ମୂରଲୀଧର ଦାସ ଘଟଉତ୍ତୋଳନ କରିଥିବାବେଳେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ନବଦିନ ଧରି ଏଥିରେ ପୁରୀ ସାନଛତା ମଠର ବ୍ୟାସଜୀ ପିତାମ୍ବର ଦାସ ଓ ସାଥି ଉପସ୍ଥିତ ରହି ରାମଚରିତ ମାନସ ପାରାୟଣ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ପରିଷଦର ସଭାପତି ରତ୍ନାକର ସେନାପତି, ସମ୍ପାଦକ ବିଦ୍ୟାଧର ଦ୍ୱିବେଦୀ, ଇଂ କାମପାଳ ଚନ୍ଦ, ଶିକ୍ଷାବିତ ପବନ ନାୟକ, ଗୋବିନ୍ଦ ସେନାପତି, ଦିଲ୍ଲିପ ସାମଲ, ସୁଶାନ୍ତ ସେନାପତି, ଦେବେନ୍ଦ୍ର କବି, ନିତ୍ୟାନନ୍ଦ ସେନାପତି ପ୍ରମୁଖ ପରିଚାଳନା କରିଥିଲେ । ଅନୁରୂପ ଭାବେ ରାଢୋ ରହଣିଆ ଶିବମନ୍ଦିର ଠାରେ ଅଁଳାନବମୀ ଠାରୁ ଆରମ୍ଭ ହୋଇଥିବା ଶିବପୂରାଣ ଆଜି ଉଦଯାପିତ ହୋଇଯାଇଛି । ଏହାସହିତ ଆଖୁଆପଦା ସ୍ଥିତ ହରପାର୍ବତୀ ମନ୍ଦିର, ରାମପୁର ସ୍ଥିତ ମା ସନ୍ଥେଶ୍ୱରୀ ପୀଠ, ଥଇଳା ସ୍ଥିତ ଦୁଖେଶ୍ୱରପୀଠ, ବୈତରଣୀ ତଟ ସୁନାମୁହିଁ ପୀଠ ଠାରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ପୁଷ୍କରଣୀ ଓ ନଦୀନାଳରେ ଡଙ୍ଗା ଭସାଇ ବ୍ରତ ଭାଙ୍ଗିଥିଲେ । କୋଭିଡ ଆଇନ ବଳବତ୍ତର ଥିବାବେଳେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଉଦ୍ଦିପନ୍ନା ସେତେଟା ନଥିଲେ ସୁଦ୍ଧା ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଣ ଓ ଦେବାଦେବୀ ପୀଠରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ