ବିମାନ କ୍ରାସ ହେବା ଘଟଣାରେ ଫ୍ରାନ୍ସର ଯାଞ୍ଚ
ନୂଆଦିଲ୍ଲୀ, (ଏଜେନ୍ସି): ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହାର ସିଷ୍ଟମକୁ ୧୦ଦିନ ମଧ୍ୟରେ ଅପ୍ଗ୍ରେଡ଼୍ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଇଣ୍ଡଷ୍ଟ୍ରୀ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁସାରେ ବୋଇଙ୍ଗ ୧୦ଦିନ ଭିତରେ ୭୩୭ଏୟାର୍କ୍ରାଫ୍ଟ ପାଇଁ ଏମ୍ସିଏଏସ୍ ପ୍ରିଭେନ୍ସନ୍ ସିଷ୍ଟମକୁ ଅପ୍ଗ୍ରେଡ଼୍ କରାଯିବ । ପ୍ରକାଶ ଯେ ନିକଟରେ ବୋଇଙ୍ଗ ୭୩୭ମ୍ୟାକ୍ସ ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହୋଇସାରିଛି । ଅକ୍ଟୋବରରେ ଇଣ୍ଡୋନେସିଆରେ କ୍ରାସ୍ ହୋଇଥିବା ୭୩୭ ମ୍ୟାକ୍ସ ୮ବିମାନରେ ଏହି ସିଷ୍ଟମ ନଥବା ଯୋଗୁଁ ଏପରି ହୋଇଥିବା ଦର୍ଶାଯାଇଛି । ହେଲେ ସୂଚନାନୁସାରେ ଗତ ସପ୍ତାହରେ ଇଥୋପିଆ ଏୟାର୍ଲାଇନ୍ସର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବିମାନ କ୍ରାସ୍ ହେବାର କାରଣ ସମ୍ବନ୍ଧରେ ଏଯାଏଁ ଜଣାପଡ଼ିନାହିଁ । ପ୍ରକାଶ ଯେ ବିଶ୍ୱସ୍ତରରେ ଇଥୋପିଆ ବିମାନ ଦୁର୍ଘଟଣାରେ ୧୫୭ଯାତ୍ରୀଙ୍କ ସମେତ କ୍ରୁ’ର ମୃତ୍ୟୁ ପରେ ବୋଇଙ୍ଗ ୭୩୭ ମାକ୍ସ ବିମାନକୁ ସେବାରୁ ହଟାଇ ଦିଆଯାଇଛି । ଏହାବ୍ୟତୀତ ବୋଇଙ୍ଗ ନିଜ ପ୍ରମୁଖ ସେଲିଂ ମଡ଼େଲ୍ର ଡେଲିଭରି ମଧ୍ୟ ଅଟକାଇଛି । ଇଥୋପିଆ ଏୟାର୍କ୍ରାଫ୍ଟର ବ୍ଲାକ୍ ବକ୍ସରୁ ଜଣାପଡ଼ିଛି ଯେ ଟେକ୍ ଅଫ୍ କରିବାର କିଛି ମିନିଟ୍ ପରେ ହିଁ ବିମାନ କ୍ରାସ୍ ହୋଇଯାଇଥିଲା । ବର୍ତ୍ତମାନ ଫ୍ରାନ୍ସର ଅଧିକାରୀ ଏହାର ଯାଞ୍ଚ୍ କରୁଛନ୍ତି ।


