ଚୀନ୍ ସାମଗ୍ରୀରେ ଅଧିକ ଶୁଳ୍କ ଲଗାଇବାକୁ କ୍ୟାଟ୍ର ଦାବି
ନୂଆଦିଲ୍ଲୀ, (ଏଜେନ୍ସି): ଖୁଚୁରା ବ୍ୟବସାୟିକ ସଂଗଠନ କନ୍ଫେଡ଼େରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେର୍ଡ୍ସ (କ୍ୟାଟ୍) ଚୀନ୍ରୁ ଆମଦାନୀ କରାଯାଉଥିବା ସମାଗ୍ରୀରେ ୩୦୦ରୁ ୫୦୦% ଶୁଳ୍କ ଲଗାଇବାକୁ ଦାବି କରିଛନ୍ତି । ସଂଗଠନ ଚୀନ୍ରୁ ଆସୁଥିବା ସାମଗ୍ରୀର ମାନର ଶକ୍ତ ଯାଞ୍ଚର ମଧ୍ୟ ଦାବି କରିଛନ୍ତି । ଏହା ବ୍ୟତୀତ କ୍ୟାଟ୍ ୧୯ମାର୍ଚ୍ଚକୁ ସମଗ୍ର ଦେଶରେ ଚୀନ୍ର ସାମଗ୍ରୀ ତ୍ୟାଗ କରିବାକୁ କହିଛନ୍ତି । କ୍ୟାଟ୍ ପକ୍ଷରୁ କୁହାଯାଇଛି ଯେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ୍ ଅଜହର୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ପ୍ରସ୍ତାବରେ ଚୀନ୍ ପୁଣି ଥରେ ଭିଟୋର ବ୍ୟବହାର କରିଛି । ଏହା ଲଗାତାର ପାକିସ୍ତାନକୁ ସମର୍ଥ କରିଆସିଛି । ଏହି କାରଣରୁ କ୍ୟାଟ୍ ମାର୍ଚ୍ଚ ୧୯ରେ ଚିନି ସମାଗ୍ରୀକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛି । ସଂଗଠନ ଚୀନ୍ରୁ ଆସୁଥିବା ସାମଗ୍ରୀ ଉପରେ ୩୦୦ରୁ ୫୦୦% ଶୁଳ୍କ ଲଗାଇବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏଥିସହ ଏହାର ସାମଗ୍ରୀକୁ ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।


